ଅହଂକାର
ଅହଂକାର
ଅହଂକାରୀ ଭୋଗେ ଅନେକ ଯଂତ୍ରଣା ଅନେକ ଅନ୍ତ୍ରଦାହ,
ନିଜେ ଡାକିଆଣେ ନିଜ ପରାଭବ ଲଜ୍ଜା ଜନକ ପରାଜୟ ।।
ଅହଂକାରୀ ନିଜ ଔଦାର୍ଯ୍ୟ ଅଗ୍ନିରେ
ଦଗ୍ଧ ହେଉଥାଏ ପ୍ରତିକ୍ଷଣ,
ତଥାପି ତା' ଅହଂ ହୁଏ ନାହିଁ ଭସ୍ମ
ନିଭି, ଜଳୁଥାଏ ଘନ ଘନ ।।
ଅହଂର କବଳେ କରାୟତ୍ତ ଯିଏ
ଭ୍ରଷ୍ଟ ତାହାର ସୁକ୍ଷ୍ମ ବୁଦ୍ଧି ,
ସୁଂଦର ସଂସାର ଅଂଧକାର ମୟ
ରୁଦ୍ଧ ତା' ପାଇଁ ତପ- ସିଦ୍ଧି ।।
କ୍ଷମତାର ବିଷ ବଳୟ ଭିତରେ
ବଂଦୀ ତାହାର ଚଇତନ ,
ଲୁପ୍ତ ତାହାର ବଳ ବିକ୍ରମ
ବିକ୍ଷୁବ୍ଧ ତାହାର ପ୍ରାଣ/ ମନ ।।
ଉଠ ବଂଧୁ ଉଠ ଜାଗ୍ରତ ହୁଅ
ଆତ୍ମାର ଆହ୍ବାନ ଶୁଣ ଥରେ,
ବିବେକର ଦୀପ ଜଳୁଛି ଅନ୍ତରେ
ଜାଳିଦିଅ " ଅହଂ " ସେ ନିଆଁରେ ।।
ଦିବ୍ୟ ସତ୍ୟ ଟିଏ ଉଦ୍ଭାସିତ ହେଉ
ଦଗ୍ଧ ଅହଂକାର ଭସ୍ମ ତଳୁ,
ଉଦ୍ ଘୋଷିତ ହେଉ ମାନବୀୟ ମଂନ୍ତ୍ର
ଆତ୍ମ ଞ୍ଜାନର ଦୀପ ଜଳୁ ।।
ଭକ୍ତ ଚରଣ ମଲ୍ଲ ।
01. 08. 2017.