ଜୀବନ ଗୀତା-୧୭୪
ଜୀବନ ଗୀତା-୧୭୪
1 min
6.9K
ଜୀବନରେ ଭଲ ପାଇବାର ଋତୁ
ଆସୁଥାଏ ବାମ୍ବାବାର
ହେଲେ କଣ ଭଲ ପାଇପାରେ ମନ
ଚାହିଁଲେବି ପ୍ରତିଥର ॥୦॥
ସପନ ତ ଦେଖୁଥାଏ ଏ ନୟନ
ପ୍ରତି ରାତି ପ୍ରତିଦିନ
ସବୁ ସପନ ଯେ ସତ ହେବବୋଲି
ନାହିଁ କିଛି ତ ନିୟମ
ସତ ଆଉ ସପନର ମଧ୍ୟେ ଥାଏ
ଏକ ଅତି ସୂକ୍ଷ୍ମ ଗାର ॥୧॥
ଆଶା ବୈତରଣୀ ଯାଏ ବଢିବଢି
ଥଳକୂଳ ପାଏନାହିଁ
ସବୁ ଆଶା ଯେ ପୂରଣ ହୋଇଯିବ
ସେମିତି ତ କିଛିନାହିଁ
ଆଶା ଆଉ ନିରାଶାର ମଧ୍ୟେ ଥାଏ
ଟିକିଏ ମାତ୍ର ଅନ୍ତର ॥୨॥