Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dambarudhar Bag

Others

3  

Dambarudhar Bag

Others

ଗ୍ରୀଷ୍ମ

ଗ୍ରୀଷ୍ମ

1 min
441



ଧିରେ ଧିରେ ଖରା ଆସୁଛି ମାଡି

ବିପଦ ଆଗକୁ ଆସୁଛି ଗଡି ।

ସାବଧାନ ସାବଧାନ ।

ଅଂଶୁଘାତ ପାଇଁ ଅବହେଳା ହେଲେ

ଚାଲିଯାଇ ପାରେ ପ୍ରାଣ।

ଅଂଶୁମାନ ଆଜି ଯାଉଛି ଜଳି

ଉତ୍ତପ୍ତ ନିଆଁକୁ ଦେଉଛି ଢାଳି।

ନଈନାଳ ଶୂନ୍ଯ ଶୂନ୍ଯ ।

କେତେ ବଡ ଗ୍ରୀଷ୍ମ ଆଗକୁ ଆଗକୁ

କେମିତି କଟିବ ଦିନ ।

ରାସ୍ତା ଘାଟ ସବୁ ଛିନ୍ନ ଛତର

ଚିହ୍ନ ବର୍ଣ୍ଣ ନାହିଁ ଗଛଲତାର।

ଗାଁ ପାଲଟିଛି ନୂଆ ସହର

ବେଳଠାରୁ ସାବଧାନ ନ ହେଲେ

ସବୁ ପାଳଟିବ ଜହର ।

ବସନ୍ତ ହଜିଛି ଗାଁ ଦାଣ୍ଡରେ

କୋଇଲି ଗାଉନି ଆମ୍ରକୁଞ୍ଜରେ ।

ଆମ୍ବ ବଉଳ ଯାଇଛି ଝରି।

ଜୀବନ ଜୀଇଁବା ଅସମ୍ଭବ ହୁଏ

ବଞ୍ଚୁଥିବା ମରି ମରି ।

***************************************

ଶ୍ରୀ ଡମ୍ବରୁଧର ବାଗ, ଚପ୍ରିଆ, ଗୋଲାମୁଣ୍ଡା ।



Rate this content
Log in