Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Padmalaya Mishra

Inspirational

3  

Padmalaya Mishra

Inspirational

ଗାଁ ମୋର

ଗାଁ ମୋର

1 min
6.5K


ତୁନି ପଡିଲାଣି ଆଉ ଗୁମୁରି କାନ୍ଦୁନି

ଗାଁ ମୋର

ସେ ବି ସଜ ହେଲାଣି

ଲଗାଇ ସ୍ନୋ ପାଉଡର ଅତର ।

ମୋହିନୀ ସହର ଦେଖାଇ ଅଙ୍ଗୀଭଙ୍ଗୀ

ଛଡାଇ ନେଲାଣି ଆପଣଙ୍କୁ

ଅଣ୍ଟା ଭିଡୁଛି ଗାଁ ଏବେ

ଫେରାଇ ଆଣିବ ସଭିଙ୍କୁ ।


ଚିକ୍ ଚିକ୍ କରୁଛି ଗାଁ ଦାଣ୍ଡ

ଦୁଇପଟେ ଛିଡ଼ା ଅଟ୍ଟାଳିକା

ସହରୀ ବାବୁଙ୍କ ଆଖି ଝଲସିବ

ଚାହିଁଥିବେ ହୋଇ ବୋକା ।

ପିଠା ପଣା ସବୁ ରଙ୍ଗ ବଦଳେଇ

ଡାଇନିଂରେ ସଜା ହୁଅନ୍ତି

କାଠଚୁଲି ଆଉ ପଲମ ଯାଗାରେ

ମାଇକ୍ରୋଓଭାନ୍ ରେ ପଶନ୍ତି ।

ଭାଗବତ ଟୁଙ୍ଗୀ ବନ୍ଦ ହୋଇ

କ୍ଲବ ଘରମାନ ଖୋଲିଚି

ପୋଥି ପୁରାଣ ବନ୍ଦ ହୋଇ

ଡିଜେ ନାଚଗୀତ ଚାଲୁଚି ।

ଦେଖିବା ଏଥର ସହର ଫୁଲେଇ

ଗାଁ ଲୋକଙ୍କୁ କେମିତି ଟାଣୁଚି

ସହର ସୁନ୍ଦରୀ ଡାଳେ ଡାଳେ ଗଲେ

ଗାଁ ଏବେ ପତ୍ରେ ପତ୍ରେ ଯାଉଚି ।।।


ପଦ୍ମାଳୟା


Rate this content
Log in