ମାଆର କଥା
ମାଆର କଥା
ମାଆର କଥାଟି ମାଆର ଭାଷାଟି ସବୁଠୁ ମଧୁରତମ
ଫିଟିଯାଏ କେତେ ଆବେଗର ଝର ଛୁଇଁ ଅନ୍ତରର କୋଣ ।
ମାଆର କଥାଟି ଶିଖେଇଛି ସିନା ବୁଝିବାକୁ ଦୁନିଆକୁ
ପ୍ରେମ ,ପ୍ରତାରଣା ଛଳନାର ଭାଷା ଚିହ୍ନିବାକୁ ଜାଣିବାକୁ ।
ମନ ଖୋଲା କଥା ମାଆର ଭାଷାରେ କହିବାକୁ ଲାଗେ ଭଲ
ଭାରୀ ଭଲ ଲାଗେ ଶୁଣିବାକୁ ପଦେ କଥା ମୋ ମାଆ ମନର ।
ଯୋଉ ଦେବୀଟି ମୋ ମନରେ ପୂଜିତା ସେଇତ ମୋର ମାଆ
ଚିର କଲ୍ୟାଣୀ ମାଆର କଥାଟି ଛୁଇଁଯାଏ ମୋର ହିଆ ।
ଶିଖିଛି ଅନେକ ଭାଷା ମୁଁ ଜୀବନେ ପଢିଛି କେତେ କାହାଣୀ
ମାଆର ଭାଷାଟି ସେ ସବୁ ଭିତରେ ସତେ କି ମଉଡମଣି ।
ମନେ ପଡେ କେତେ ଅତୀତର କଥା ଏଇ ଜୀବନର ଗପ
ମାଆର ଭାଷାଟି ଜଳୁଛି ଅନ୍ତରେ ସତେ କି ଅଖଣ୍ତ ଦୀପ ।
ମାଆ ଶିଖେଇଥିବା ଭାଷାର ତୁଳନା ଅବା କାହିଁ !!