ନାରୀ
ନାରୀ
ପ୍ରକୃତ ନାରୀଟି ସଂସାରରେ ସିଏ
ମୁହେଁ ସଦା ହସ ହସ
ପ୍ରେମ ସ୍ନେହ ଡୋରେ ବାନ୍ଧି ରଖିଥାଏ
ସଂସାରକୁ କରି ବଶ
ପ୍ରକୃତ ନାରୀ ସେ ରୂପ ଯାହା ହେଉ
ହେୟ ବୋଲି ମନେ ଭାବି
ଶିକ୍ଷା ପ୍ରାପ୍ତ କରି ସାମାଜ ପାଇଁକି
ଖୋଲେ ସଫଳତା ଚାବି
ପ୍ରକୃତ ନାରୀ ସେ ଜନ୍ମରୁ ମୃତ୍ୟୁକୁ
ଦୁଇ କୂଳକୁ ସେ ହିତା
ତାର ପରଶରେ ମିଠା ହୋଇଯାଏ
ଭାବ ଯଦି ଥାଏ ପିତା
ପ୍ରକୃତ ନାରୀ ସେ ଅନ୍ୟ ସନ୍ତାନକୁ
ଆଦରେ ଆପଣା ଜଣେ
ଦୁଃଖୀ ପିଲା ଦେଖି ହୃଦ ତାର କାନ୍ଦେ
ନିଜ ପିଲା ଭଳି ମଣେ
ପ୍ରକୃତ ନାରୀ ସେ ଦରକାର ହେଲେ
ବୀରାଙ୍ଗନା ଟିଏ ସାଜି
ନିଜ ଜୀବନକୁ ଦେଶ ପ୍ରୀତି ପାଇଁ
ଲଗାଇ ଦିଏ ସେ ବାଜି
ପ୍ରକୃତ ନାରୀ ସେ ସୀମାର ମଧ୍ୟରେ
ରହି ଆଲୋକ ସେ ଦିଏ
ସେଇ ଆଲୋକରେ ଦୁଇକୁଳ ପାଇଁ
ସମ୍ମାନ ଆଗେଇ ନିଏ
ପ୍ରକୃତ ନାରୀ ସେ ଅନ୍ଯାୟ ଦେଖିଲେ
ମାଆ ଦୁର୍ଗା ରୂପ ଧରି
ପାପୀ କୁ ଅଚିରେ ନାଶ କରିଦିଏ
ଅସୀମ ସାହସ ଭରି
ପ୍ରକୃତ ନାରୀ ସେ ସମାଜରେ ଜାଣ
ଦେବୀର ସ୍ଵରୂପ ସାଜି
ପରମ୍ପରା ସଙ୍ଗେ ସଂସ୍କୃତି ପାଇଁକି
ଜୀବନ ଲଗାଏ ବାଜି
ପ୍ରକୃତ ନାରୀ ସେ ହୃଦୟ ଯାହାର
ବିଶାଳ ସାଗର ପରି
ସେଥିପାଇଁ ସିଏ ସବୁଠାରୁ ଉଚ୍ଚ
ମାଆର ନାମକୁ ଧରି
ପ୍ରକୃତ ନାରୀ ସେ ଲାଜ ଆଭୂଷଣେ
ମୁଖେ ରଖେ ମିଠା ହସ
ପ୍ରତିଦାନେ ପୁଣି ସଂସାର ପାଇଁକି
ବାଣ୍ଟଇ ମମତା ରସ
----------------------------------------
#ଅମୂଲ୍ୟ_କୁମାର_ପଣ୍ଡା
ଅରଙ୍ଗାବାଦ, ବରୀ, ଯାଜପୁର