Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalatendu Kabi

Children Others Abstract

3  

Lalatendu Kabi

Children Others Abstract

ଏକବିଂଶ ଶତାବ୍ଦୀର ରଜଦୋଳି ଗୀତ [raja festival cradle song of the 21st century]

ଏକବିଂଶ ଶତାବ୍ଦୀର ରଜଦୋଳି ଗୀତ [raja festival cradle song of the 21st century]

1 min
12.7K


ଏକବିଂଶ ଶତାବ୍ଦୀର ରଜଦୋଳି ଗୀତ

ବନସ୍ତରେ ନାହିଁ ଗଜ:

ବନ ସାରି ଦେଲା ମଣିଷ ଆଜ;

ଆଜ -- କାଠ ମିଳୁ ନାହିଁ -- ଗଢିବାକୁ ଗୋଟେ ମେଜ ||-୧

ପଟା ଦୋଳି ମିଳେ ନାହିଁ;

ଗାଆଁ ସହରରେ ଗଛ ବି କାହିଁ

ଗୋଟେ -- ଡାଳ କାହିଁ କହ -- ଦୋଳିଟେ ଟାଙ୍ଗିବା ପାଇଁ ||-୨

ଯିବା ନାହିଁ ଚୁଲ୍ଲୀ ଶାଳ;

ପିଠା ପଣା ବି ତ ଶିଖିନୁ ଭଲ;

ତିନି -- ଦିନ କାଳ ଏବେ  -- ଓପାସରେ କଲବଲ  ||-୩

ଆସିଲେ ବରଷା ବଢ଼ି

ଗଛ ନାହିଁ ମାଟି ଯିବ ଭୁଷୁଡ଼ି;

ଜଳ -- ନ ମାନିବ ବାଧା --  ସଂସାର ଦେବ ଓପାଡ଼ି ||-୪

ଜହ୍ନି ଫୁଲ ଫୁଟି ଠୋ ଠା;

ଜଙ୍ଗଲ ହେଲାଣି ଇଟାର କୋଠା;

ଏତେ -- ଗରମରେ ଝାଳ -- ସର ସର ଦେହ ଗୋଟା ||-୫

ମିଳୁନି ପନି ପରିବା;

ଦୋଳି ଖେଳ ସାରି ଘରକୁ ଯିବା;

ଛେଳି -- କୁକୁଡ଼ା ମାଉଁସ -- ଖାଇ ମନ୍ଦିରେ ପଶିବା  ||-୬


Rate this content
Log in

Similar oriya poem from Children