॥ ଶରତ ଭ୍ରମଣ॥
॥ ଶରତ ଭ୍ରମଣ॥
1 min
7K
ଶରତର ସାଥେସାଥେ ମଧ୍ୟାହ୍ନରେ ମୁଁ ଗଲି
ଅନନ୍ୟ ସୌନ୍ଦର୍ଯ୍ୟ ସୁଖୋପଭୋଗିବି ବୋଲି॥
ସହରର ମଧ୍ୟଭାଗେ ଅପୂର୍ବ ଏ ବନାନୀ।
ଭାବି ନଥିଲି ଦେଖିବି ପ୍ରକୃତିର ଏ ବିପଣି॥
ବର୍ଣ୍ଣ ବିବର୍ଣ୍ଣର ଶୋଭା ଆହା ସେ କି ସୁନ୍ଦର।
ରହି ରହି ଭାସି ଆସେ ବିହଙ୍ଗ ସ୍ୱର ମଧୁର॥
ଯାନବାହାନ ଯାଆନ୍ତି ନାହିଁ ସୋର ଶବଦ।
ଶରତର ରଙ୍ଗେ ରଙ୍ଗା ଏମନ୍ତ ଏ ବିଭବ॥
ଗ୍ରୀଷ୍ମରେ ସବୁଜ ସୁନ୍ଦର ସୁନ୍ଦର ସେ ବସନ୍ତେ।
ଶୀତରେ ଶୁଭ୍ର ଧବଳ ବର୍ଣ୍ଣାଳୀ ଯେ ଶରତେ॥
ଆହାଲୋ ପ୍ରକୃତି ରାଣୀ ଅହୋଭାଗ୍ୟ ମୋହର।
ହଜିଯାଏ ମଜ୍ଜି ଯାଏ ଶୋଭାରେ ଏ ତୋହର॥
ଥାଉ ଏହି ଭାଗ୍ୟ ଦେଖୁଥିବି ସତ୍ୟ ସୁନ୍ଦର।
ଭୂମା ଭୂମାରେ ଥାଉ ତୋ ପ୍ରାଣ ଅମୃତଧାର॥
-ପ୍ରଭୂ