Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୧

Action Others Tragedy

2  

ଓଡ଼ିଆ ଗଳ୍ପ ଓ କବିତା - ୧

Action Others Tragedy

କବିର ବ୍ୟଥା

କବିର ବ୍ୟଥା

1 min
1.3K


କାଳିନ୍ଦି ଚରଣ ପାଣିଗ୍ରାହୀ


ଦେଖରେ ତାରା ଦେଖ ଆକାଶେ.

ତୁମରି କବି ଲୋତକେ ଭାସେ.

ଏ ଧୂଳି ତଳେ କାଙ୍ଗାଳ ବେଶେ ଭ୍ରମର କିବା ଭିକ୍ଷାର ଆଶେ l

ମଳିନ କ୍ଷୀଣ ଧୂସର ଦେହ,

ଭାଙ୍ଗିଛି ତା’ର ଆକାଶ-ଗେହ,

ଭୂତଳେ ପଡ଼ି ପରାଣ ତା’ର ମାଗଇ ସୁଖ ମାଗଇ ସ୍ନେହ l

ଦେଖରେ ବନ ଦେଖରେ ଗିରି,

ତୁମରି କବିକି ହତଶିରୀ,

ଭୁବନ ତାକୁ ବଞ୍ଚିତ କରି ଯାତନା ଦାଗ ଦେଇଛି ଚିରି l

ଦେଖରେ ଦେଖ ବସନ୍ତ ବାଆ,

ବିକଳେ କବି ଭ୍ରମର ଆହା,

ତୁମରି ଚିର ଖେଳର ସାଥୀ ନ ଲଭି କାହିଁ ଭରସା ସାହା l

ଦେଖରେ ପିକ ଦେଖରେ ଶୁକ,

ଲଭିଛି କବିକି ଗୁରୁ ଦୁଃଖ,

ତୁମରି ସ୍ବର ନୁହେଁ ମଧୁର ଲାଗଇ ଆଜି ବିକଳ ରୂକ୍ଷ l

ନ ପାରେ ତୁମ ସଙ୍ଗତେ ଉଡ଼ି,

ବେଦନା ତଳେ ଯାଇଛି ବୁଡ଼ି,

ପବନ ତାକୁ ଠକିଲା ଆଜି ସପନ ଏବେ ଦେଲା ଘଉଡ଼ି l

ଦେଖ ଗୋଲାପ ଦେଖ ଲୋ ଯୂଇ,

କବି ଲଲାଟେ ଅଧର ଛୁଇଁ,

ଜଳଇ ମହା ହୁତାଶ ତହିଁ ଲାଗଇ ପାଦେ ତପତ ଭୂଇଁ l

ଦେଖ ସାଗର ଦେଖ ଗୋ ନଦୀ,

ପୂରୁବ ସ୍ନେହ ରହିଛି ଯଦି,

ହତାଶ ଆଜି ତୃଷିତ କବି ଭୁବନ ଗୋଟା ପୃଷ୍ଠରେ ଲଦି l

ପରାଣପ୍ରିୟ ଦେଖ ହେ ଶଶି,

କ୍ଳାନ୍ତ ଏ କବି ନୟନେ ହସି,

ଦେଖରେ ଦେଖ କଜଳ ଘନ, ନିରାଶେ ପଥେ ରହିଛି ବସି l

ଏତିକି ଖାଲି ଅଛି ଆଶ୍ବାସ,

ତୁମେ ଯେ ମୋର ଦୁଃଖର ଆଶ,

ହତାଶ ଗାଥା ଶୁଣାଇ ତାକୁ ତୁମରିଠାରେ ରଖି ବିଶ୍ବାସ l



Rate this content
Log in