Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ପ୍ରଶାନ୍ତ କୁମାର ବେହେରା

Others

5.0  

ପ୍ରଶାନ୍ତ କୁମାର ବେହେରା

Others

ମାୟା ମରିଚୀକା....

ମାୟା ମରିଚୀକା....

1 min
8.7K



ହେଇଟି ଦେଖାଯାଉଛି ସେଇ

ଦୂର ଦିଗବଳୟ

ଯେଉଁଠି ଛାଡି ଆସିଛି

ମୋ ସ୍ୱପ୍ନ ମାନଙ୍କ ସହ

ଅକୁହା କାହାଣୀ ମାନଙ୍କୁ l


ସେଉଠୁ ହିଁ ଲମ୍ୱିଥିଲା

ମୋ ପ୍ରେମର ରାସ୍ତା

ଚାରି ଦିଗକୁ -

ରାଜ ଉଆସକୁ, ପରୀ ରାଇଜକୁ

ସ୍ୱର୍ଗପୁରକୁ ଆଉ ଏଇ ନର୍କକୁ l


ଜାଣି ନଥିଲି

କଳ୍ପନା କରି ନଥିଲି

କିମ୍ୱା ସ୍ୱପ୍ନରେ ବି ଭାବି ନଥିଲି

ଏଇ ପ୍ରେମର ରାସ୍ତା

ଅକ୍ଟୋପସ୍ ପରି ଆକୃଷ୍ଟ କରି

ଟାଣିନେବ ମୋତେ

ସେଇ ମାୟା ନଗରୀକୁ

ମରିଚୀକାରେ ଭର୍ ପୁର୍

ପ୍ରେମର ସହରକୁ l


ସେଇ ମାୟା ମରିଚୀକାରେ

ଅହରହ ଦେଖେ

ପ୍ରେମିକାକୁ ମୋର

ରାଜକୁମାରୀ ରୂପରେ

ନୂପୁରର ଛନ୍ଦେ ଛନ୍ଦେ

ଚାଲୁଥାଏ ଶବ୍ଦ ତୋଳି ତୋଳି

ମୋ ହୃଦୟ ଭିତରେ l


ପର ମୁହୂର୍ତ୍ତରେ

ପରୀକନ୍ୟା ପାଲଟି ଯାଇ

ମନୋମୁଗ୍ଧକର ଖିଲିଖିଲି

ମନଖୋଲା ହସରେ

ମୋତେ ଆହ୍ଲାଦିତ କରେ l


ପୁଣି କେତେବେଳେ

ସ୍ୱର୍ଗର ଅପସରା ସାଜି

ସୌନ୍ଦର୍ଯ୍ୟର ମାଧୁର୍ଯ୍ୟ ଦେଖାଇ

ହାତଠାରି ଡାକି

ମୋ ମନକୁ ବିମୋହିତ କରେ l


ଏଇ ଯୌବନର ନିଶାରେ

ଇନ୍ଦ୍ରିୟର ପ୍ରତିଟି ଇଚ୍ଛାକୁ

ଚରିତାର୍ଥ କରିବାକୁ ଯାଇ

ଆଖିରୁ ନିଦ ହଜିଛି

ଭୋକ,ଶୋଷ ଭୁଲିଛି

ଅବଶୋଷରେ ମନ ଭରିଛି

ବିଶ୍ୱାସ ବି ମରିଛି l


ବିଶ୍ୱାସ ଘାତକତା ସହି ସହି

ଅନେକ ଅକୁହା କଥା

ମନରେ ସଇତିରଖି

କେବଳ ଗୁଡେ

ନର୍କ ଯନ୍ତ୍ରଣା ପାଇ ଚାଲିଛି l


*************************


ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in