Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Action

5.0  

ବି. ନିରୁପମା

Action

ଆଣେ ସୁଖ ପସରା

ଆଣେ ସୁଖ ପସରା

1 min
11.4K



ହେମନ୍ତର ଆଗମନେ

ପଡ଼ିଲାଣି ଶିଶିର ,

ଋତୁରାଜ ଭାଇ ଇଏ

ଖରା ଶୀତ ମିଶିର ।


କ୍ଷେତମାଳେ ଧାନପାଚି

କେରିକେରି ଝୁଲୁଛି ,

ଚାଷୀଭାଇ ମନଟା ତ

ଆନନ୍ଦରେ ଫୁଲୁଚି ।


ଗଜଲକ୍ଷ୍ମୀ ପୂଜା ଆଉ

ଦୀପାବଳି ପରବ ,

ବଡ଼ଓଷା ,ମାଣବସା

ପରା ଆମ ଗରବ ।


ବୋଇତ ବନ୍ଦାଣ ସହ

ଯେ ପ୍ରଥମାଅଷ୍ଟମୀ ,

ଆଣିଦିଏ ଆମ ଲାଗି

ଆନନ୍ଦର ବେଷ୍ଟନି ।


ଧିମା-ଧିମା ଖରା ସାଥେ

ଥିରିଥିରି ଶୀତଟି ,

ସାଜିଥାଏ ଆମଲାଗି

ସତେ ଯେହ୍ନେ ମିତଟି ।


ୠତୁରାଜ ଭାଇ ଯେଣୁ

ଆଣେ ସୁଖ ପସରା ,

ଯେତେ କହିଲେ ତା' ଗୁଣ

ରହିଯିବ ଅସରା ।



ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Action