...ଦୁଃଖୀ ର ଜଣାଣ ..... ( ସୁଦାମ ଲେଙ୍କା )
_________________________________
ମୋ ଜନମ ହୋଇଛି ମା', ଦୁଃଖୀର କୂଳରେ
ତୋ ଜନମ ହୋଇଛି ମା' ,ଦକ୍ଷ ରାଜା ଘରେ l
ଝାଟି ମାଟି ଘର ମୋର ନାହିଁ ତା' ଛପର
କୈଳାସ ପର୍ବତରେ ମାଲୋ ତୋହରି ନଅର l
ଓଳିଏ ଖାଇଲେ ପୁଣି ଓଳିଏ ଉପାସେ
ଦାନ ,ଧର୍ମ କରୁ ତୁହି ନିଜର ଉଆସେ l
ଜଗତ ପାଇଁକି ଅଟୁଲୋ ତୁ ମାଆ
ଏଦିନ ଦୁଃଖୀ କି ନହେଲୁ ତୁ ସାହା l
ତୋ ମନ୍ଦିର ସମୁଖରେ ମୋ ଦିନ ଯେ ଗଲା
ଦେଖି ନ ପାରିଲି ମାଲୋ ତୋର ମୁଖ ଭଲା l
ଜଗତଈଶ୍ୱରୀ ମାଗୋ ଜଗଦମ୍ବା ନାରାୟଣୀ
ପ୍ରଣାମ କରୁଛି ଆଜି ଏ ଦୁଃଖୀ ପ୍ରହରୀ l
l ଇତି l
ସୁଦାମ ଲେଙ୍କା