Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Fantasy

3  

Bijay Prusty

Fantasy

ବେସୁରା ଗୀତି-୭୩୩

ବେସୁରା ଗୀତି-୭୩୩

1 min
6.9K


କାହିଁକି ଆସିଲ ବର୍ଷା ଗୋ ତୁମେ

ଥରେ ଆଜି କହିଦିଅ

କହିଥିଲି ପରା ସୁଖରେ ଅଛି ମୁଁ

ଶୁଖିଛି ମୋ ଆଖି ଲୁହ ॥

ସାଇତି ଥିଲି ମୁଁ ଗଜରା ର ମାଳା

ପାଖୁଡା ଗଲାଣି ଝଡି

ତୁମର ସ୍ଵାଗତ କରିବି କେମିତି

ହାତେ ଧରି ଆଶାବାଡି ॥

ଅନ୍ଧାର ରେ ଅନ୍ଧ ହୋଇ ମୁଁ ଯାଇଛି

ଜୀବନକୁ ନାହିଁ ଭୟ

ଦେଖ କେଉଁ ପରି ମରି ମରି କରେ

ବଞ୍ଚିବା ର ଅଭିନୟ ॥

ହାତ ଗଢା ମୋର ଜତୁ ଗୃହ ଗୋଟି

ଭୁଷୁଡି ପଡିଛି ଆଜି

ଲୋଡୁନି ମୁଁ ତୁମ ଶୀତଳ ପରଶ

ଜୀବନ ଲଗାଇ ବାଜି ॥

ହଜି ଯାଇ ଅଛି ଆଖି ରୁ ସପନ

କି କହିବି ଆଉ କୁହ

ସେଇଥି ବର୍ଷା କୁହେ ମୁଁ ତୁମକୁ

ଫେରିଯାଅ ଫେରିଯାଅ ॥

                             


Rate this content
Log in

Similar oriya poem from Fantasy