Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manas Panda

Others

3  

Manas Panda

Others

ସ୍ପର୍ଶ

ସ୍ପର୍ଶ

1 min
13.4K


ସ୍ପର୍ଶ

ମାନସ ରଞ୍ଜନ ପଣ୍ଡା

ଅରଣା ମନକୁ ଧରେଇଲା ଘର

ବିଜନତାର ଅନ୍ଧାରରେ ଜଲେଇଲା ଦୀପ

ମୃତ୍ୟୁକାମୀ ଜୀବନକୁ ଶିଖାଇଲା ଈଶ୍ୱରତ୍ୱ

ଆଖିପତାର ଅଲୋଡା ଲୁହରୁ

ଫୁଟେଇଲା କବିତ୍ୱ

କେବଳ ତୁମରି ଦୁଇ ଆଂଗୁଳିର ସ୍ପର୍ଶ ।

 

ସ୍ପର୍ଶରୁ ମିଳିଲା ସମ୍ମୋହନ

କୋରକିତ କଦମ୍ବର

ଜହ୍ନପଖଳା ଅଶିଣର

ବର୍ଷାଧୁଆ ଶ୍ରାବଣର

ଆଉ କବିତାମନସ୍କ ଲାଜେଇ ଫଗୁଣର ।

 

ଏବେ ତ ଵ୍ୟାକୁଳ ପ୍ରାର୍ଥନାରେ ବି

ପ୍ରତିଫଳିତ ସ୍ପର୍ଶର ଅପ୍ରକାଶ୍ୟ ଅନୁଭବର

ଶବ୍ଦହୀନ ଗୋପନୀୟ ଭାଷା,

ସ୍ଥବିର ଦେହଳି ବି ଭିଜିଛି

ରକ୍ତାଭ କୃଷ୍ଣଚୂଡାର ଉଚ୍ଚାଟିତ

ନୀଳିମାରେ ।

 

ଆମ ନିସର୍ତ୍ତ ପ୍ରେମରେ

ସ୍ପର୍ଶ ହିଁ ତ ଅଦୃଶ୍ୟ ଚୁକ୍ତିନାମା,

ଯାହାର ମୁଗ୍ଧ ମହକରେ ଭିଜିଭିଜି

ଆମେ ରୋପିଲେ ଶେଷହୀନ

ଅନୁଭବର ମହାର୍ଘ ମୁହୂର୍ତ୍ତମାନଙ୍କୁ । 

 

 


Rate this content
Log in