Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jajati Jena

Others

3  

Jajati Jena

Others

ବହୁମୂଲ୍ୟ ପ୍ରେମ-୨

ବହୁମୂଲ୍ୟ ପ୍ରେମ-୨

1 min
6.7K



ପ୍ରେମ ନୁହେଁ ଅଦିନିଆ ବର୍ଷା

ଯେ ବରଷେ ପୁଣି ରହିଯାଏ I

ପ୍ରେମ ନୁହେଁ ପୂର୍ଣ୍ଣିମା ର ଚନ୍ଦ୍ରମା

ଯେ ଦିଶେ ପୁଣି ଲୁଚିଯାଏ I

ପ୍ରେମ ନୁହେଁ ପ୍ରଭାତର ଭାସ୍କର

ଯେ ଉଦୟ ହୋଇ ଅସ୍ତାଚଳେ ଚାଲିଯାଏ I

ପ୍ରେମ ନୁହେଁ ଶୀତଳ ସମୀର

ଯେ ବହେ ପୁଣି ଥମି ଯାଏ I

ପ୍ରେମ ନୁହେଁ ନିଃଶବ୍ଦ ରଜନୀର ସ୍ଵପ୍ନ

ଯେ ଅବାସ୍ତବ ହୋଇ ବାସ୍ତବ କୁ ଖୋଜୁଥାଏ I

ପ୍ରେମ ନୁହେଁ ସୁନୀଳ ଆକାଶର ବିହଙ୍ଗ

ଯେ ଡାଳେ ବସେ ପୁଣି ଉଡିଯାଏ I

ପ୍ରେମ ନୁହେଁ ହୋଲି ପର୍ବର ରଙ୍ଗ

ଯେ ଦେହେ ଲାଗେ ପୁଣି ଛାଡିଯାଏ I

ପ୍ରେମ... , ପ୍ରେମ ଅଟେ ସ୍ପନ୍ଦନ ଗୋଟିଏ ଦୁଇ ହୃଦୟର !

ଯିଏ ଚାଲେ ତ ଜୀବନ ,

ଯଦି ରୁହେ ଆତ୍ମା-ଶରୀର ଛାଡିଦିଏ I


ଯଯାତି ଜେନା

ଭୁବନେଶ୍ଵର-୧୬



Rate this content
Log in