ଏ ସମାଜ ପାଇଁ ବଞ୍ଚିଅଛୁ ଆମେ
ଏ ସମାଜ ପାଇଁ ବଞ୍ଚିଅଛୁ ଆମେ
ଏ ସମାଜ ପାଇଁ ବଞ୍ଚିଅଛୁ ଆମେ
ପର୍ଶୁରାମ ବିଶ୍ୱାଳ
ହଲିଲା ପାଣିରେ ଗୋଡ଼ ପୁରାଏନା, ମ କହେନା ମୁଁ ମାଛିକୁ
କିଏ ଭାସିଗଲା, କିଏ ରୁଷିଗଲା, ମୋର କି ଧଅ ପଡ଼ିଚି
ଏ ଭାବନା ଗୋଟି ଭୁଲ୍ ରେ ଜଗା
ଆଜି ମୁଁ ବୁଝିପାରିଛି ।
ରୋଗରେ ପଡ଼ିଲି, ମୋର ସାଇଲୋକ ଟୋକେଇରେ ନେଲେ ବୋହି
ଡାକ୍ତରଖାନାରେ କେତେ ସେବା କଲେ, ତାହା କି ଭୁଲି ପାରଇ
ପଇସା ନଥିଲା, ହାତୁ ଦେଲେ ଟଙ୍କା
ଆଜି ସେକଥା ଭାବୁଛି ।
ଶିବ ମନ୍ଦିରକୁ ଯାଉଥିଲା ପୁଅ, ପାଣି ଭାର ଗୋଟି ନେଇ
ଗାଡ଼ି ଧକ୍କା ଦେଲା, ରାସ୍ତାରେ ପଡ଼ିଲା, ଲୋକେ ନେଲେରେ ଉଠେଇ
ଅଜଣା ଅଚିହ୍ନା ହେଇ ଯାହା କଲେ
ଭୁଲିବିନି ଥିବି ବଞ୍ଚି ।
କା’ର ଭଲମନ୍ଦ କାମରେ ଦିନେ ମୁଁ ଲାଗିନାହିଁରେ ଠାକୁର
ଗାଆଁ ରାସ୍ତା ଗାଆଁ ପୋଖରୀ ସଫା ମୁଁ ରଖିନାହିଁରେ ଖବର
ଆଜିଠାରୁ ସବୁ କାମେ ଭାଗନେବି
ତୋ ଆଗେ ସତ କହୁଛି ।
ମୋ ଭଳି ସ୍ୱାର୍ଥୀ ମଣିଷକୁ ଜଗା କହିବୁ ଟିକେ ବୁଝେଇ
ଏ ସମାଜ ପାଇଁ ବଞ୍ଚିଅଛୁ ଆମେ, ତାକୁ ଯିବାନି ଏଡ଼ାଇ
ତା ପାଇଁ କରିବା କାମ ମିଳିମିଶି
ନିଜ ସ୍ୱାର୍ଥଟି ମରୁଛି ।
ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ
ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪
ଫୋନ୍-୯୮୫୩୭୫୯୭୦୦
*****