Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Inspirational Others Abstract

3  

Prasanna Kumar Madala

Inspirational Others Abstract

ଅଜଣା ଋତୁ

ଅଜଣା ଋତୁ

1 min
12.5K


ଷଡଋତୁ ପରେ ଇଏ କି ଋତୁ ଦହୁଛି ଅନ୍ତର କୁହ କି ହେତୁ

ଗ୍ରହଣ ଗ୍ରାସିଛି କି ଅବା କେତୁ ଲୁଟି କେ ନେଇଛି ଚଞ୍ଚଳ ଚିତ୍ତୁ

କିବା ବଜ୍ର ଘାତୁ

ଛିଣ୍ଡିଛି ଚନ୍ଦ୍ରମା ଗଗନ ହାତୁ !

ଏ ଯାଏଁ ତ ଅଛି ସେ ସହକାର ବିହଙ୍ଗମ କିମ୍ପା ଉଡିଲେ ଦୂର

ପ୍ରାସ ଭରା ସିନା ଏ କଳେବର ନିରାଶ ଲାଗଇ ପରାଣ ମୋର

ହେଲି ସାତପର

କି ପାଇଁ ନଆସ ଫେରି ସତ୍ବର ?

ସଢିଯାଏ ଦେହ ବିରହେ ଏବେ ବେଦନା ବିଧୁର ପଣେ କି ଲବେ

ସହିଛ କଷଣ କଣ୍ଟକ ଯେବେ ପାଦରେ ଫୁଟଇ ଦୂଷଣ ଭାବେ

ଦେଖିଛ କି ଭବେ

ଯନ୍ତ୍ରଣା ବି ଲାଗେ ମିଠା ଅଜବେ ?

ଘୂରୁଥିଲା ସିନା ଆଖି ଆକାଶେ ଅଜଣା ତିଥିର ଜହ୍ନ ସକାଶେ

ଆଖି ଲୁହ ଝରି ଓଠରେ ପଶେ ଶୁଖି ଅଠାଳିଆ ଲବଣ ରସେ

ବୋଧହୁଏ ହସେ

ଭାବନ୍ତେ ପ୍ରେରଣା ତୁମରି ଭାଷେ ।

ଭବ୍ୟ ବାଲିଘର ଲାଗେନା ସତ ଲୋଡାନାହିଁ ଆଉ ମିଛ ଅମୃତ

ଶୂନା ଶୂନା ଲାଗେ ଗଲା ଅତୀତ ସ୍ମୃତିରେ ହଜିଲେ ହୁଏ ଗୋ ଭୀତ

ଥରଥର ଶୀତ

କମ୍ପମାନ କରେ ମଧୁ ବସନ୍ତ ।

ନିନ୍ଦା ଅପମାନେ ପାତିଲି ମଥା ଯେତେକ ଅକୁହା ଗୁମର କଥା

ଶକୁନ୍ତଳା ପ୍ରୀତି ଲାଗଇ ଯଥା ବଖାଣ ତୁମର କୁଳର ପ୍ରଥା

ଆଉ କି ଅଯଥା

ପ୍ରୀତି ପ୍ରମଥନେ କର ହୀନସ୍ତା ।

ସୁଖଦ ଭାବରେ ବୁଣିଲି ହାତେ ମହକ ମୁଠାଏ ସପନ କ୍ଷେତେ

କଳରବ ଭରା ଋତୁର ମତେ ନିରବତା ଫଳେ ଯାହାକୁ ଯେତେ

ହେମାଳ ବାତେ

ଶବ୍ଦକୁ ସଜାଡି ଲେଖୁଛି ଗୀତେ ।

ପ୍ରସନ୍ନ କୁମାର ମାଦଳା


Rate this content
Log in

Similar oriya poem from Inspirational