Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

3.5  

Sadananda Sahoo

Others

କବିର କବିତା ଅପରାଜିତା

କବିର କବିତା ଅପରାଜିତା

1 min
3.4K




କବିର କବିତା ଅପରାଜିତା ଲୋ'

ଜଗତେ ପଡଇ ହୁରି ;

ଆଲୋସୁନା ଗୋରୀ ପଢିଛୁକିନାଇଁ

କବିଟା ହଉଚି ଝୁରି !!


ଏକବି ବାପୁଡ଼ା ସତେ କୃଷ୍ଣଚୂଡ଼ା

ପାଖୁଡା ଦେଇଛି ମେଲି ;

କୁହୁକର ଛବି ଦେଇଛିସେ' ଆଙ୍କି

ମନ ପ୍ରାଣ ସବୁ ଢାଳି !!


ଯାତନାର ଛବି ଆଙ୍କେନି ସେ'ବେଶି

ରସିକ ନାଗର ବୋଲି ;

ଭାବନାରାଇଜେ ପ୍ରେମଫୁଲତୋଳେ

ସରାଗରେ କରେ କଳି !!


କବିସିନା ଲେଖେ ପ୍ରେମର କାହାଣୀ

ବିରହ ଯନ୍ତ୍ରଣା ଭୋଗି;

କବି ପ୍ରିୟତମା ବୁଝେନାଇଁ ଜମା

ପ୍ରେମରସେ ଅନୁରାଗୀ ! !


ପ୍ରକୃତି ସନ୍ତାନ କବି ପରାଜାଣ

ରମ୍ୟକାନ୍ତି ଦୃଶ୍ୟ ଖୋଜେ ,

କାବ୍ୟକବିତାରେ କେତେଫର୍ଦ୍ଦଯୋଡେ

ପ୍ରୀତି ପରଶରେ ମଜେ ! !


ସଦାନନ୍ଦ ସାହୁ ; ଧୁରୁସିଆ; ଆଠଗଡ଼ ,

କଟକ ; ତା-11-03 - 18


Rate this content
Log in