Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasant Kumar Senapati

Tragedy

2  

Prasant Kumar Senapati

Tragedy

ମୁଁ ଖୋଜୁଛି ତୋତେ ଆକାଶର ନୀଳିମାରେ

ମୁଁ ଖୋଜୁଛି ତୋତେ ଆକାଶର ନୀଳିମାରେ

1 min
6.8K


ମୁଁ ଖୋଜୁଛି ତୋତେ ଆକାଶର ନୀଳିମାରେ,

ମୁଁ ଖୋଜୁଛି ତୋତେ ଦୂର ଦିଗବଳୟରେ,

ମୁଁ ଖୋଜୁଛି ତୋତେ ସ୍ବପ୍ନଭରା ଉଜାଗର ଆଖିରେ ।

ମୁଁ ଖୋଜୁଛି ତୋତେ ଅସ୍ତଗାମୀ ରବିର ଲାଲିମାରେ,

ମୁଁ ଖୋଜୁଛି ତୋତେ ପାହାନ୍ତିଆ ରାତିର ମୃଦୁ ପ୍ରହରେ,

ମୁଁ ଖୋଜୁଛି ତୋତେ ଆମ ସ୍ମୃତିର ବାଲିଘରେ ।

ମୁଁ ଖୋଜୁଛି ତୋତେ ଶିଶିର କାକର ବିନ୍ଦୁରେ,

ମୁଁ ଖୋଜୁଛି ତୋତେ ସବୁଜ ଘାସ ଗାଲିଚାରେ,

ମୁଁ ଖୋଜୁଛି ତୋତେ ଅବାସ୍ତବ ପ୍ରେମର ବାସ୍ତବତାରେ ।

ମୁଁ ଖୋଜୁଛି ତୋତେ ଜହ୍ନ ଯୋଛନାରେ,

ମୁଁ ଖୋଜୁଛି ତୋତେ ଆଖି ଆଇନାରେ,

ମୁଁ ଖୋଜୁଛି ତୋତେ ସତମିଛର ଛକିଶୂନରେ ।

ତଥାପି ମୋ ଖୋଜିବାର ଶେଷ ନାହିଁ,

ପାଇଛି ସେନେହ ତୋର କେବେ ଭୁଲିବି ନାହିଁ,

ଅପେକ୍ଷାର ଅନ୍ତ ନାହିଁ,

ହାରିବାର ପ୍ରଶ୍ନ ନାହିଁ,

ଆଜି ନହେଲେ କାଲି ତୋତେ ମୁଁ ପାଇବି,

କାଲି ନହେଲେ ଖୋଜୁଥିବି ଜନ୍ମ ଜନ୍ମାନ୍ତର ପାଇଁ ।


Rate this content
Log in