Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Inspirational

2  

Susil Pani

Inspirational

ଭାବନା

ଭାବନା

1 min
1.2K


ଭାବରେ ଭଜିଲେ ନାମରେ ହଜିଲେ ,

            ଅଭାବ ରହେନି ଜମା ।

ଭାବର ଠାକୁର ଅଭାବକୁ ଦୂର ,

         ଉଡାଉଛନ୍ତି ପତିତପାବନ ବାନା ।

ଲୀଳା କରୁଅଛ ନୀଳାଞ୍ଚଳେ ରହି ,

            ନୀଳଚକ୍ର ପରେ ଉଡେ ବାନା ।

ପତିତ ଉଧାରି ପାମରଙ୍କୁ ତାରି ,

     ରତ୍ନବେଦୀ ଉପରେ ବିଜେ କାଳିଆ ସୁନା ।

ଧୂପ ଦୀପ ନଇବେଦ୍ୟ ଲାଗି ହୁଏ ,

         ଜଗତ ଠାକୁର ଜଗନ୍ମାଥଙ୍କର ପାଇଁ ।

ଜଗତ ଚଳଇ ତୁମ ଇସରାରେ ,

     ତୁମପରି ଠାକୁର ଏ ଜଗତରେ କେହି ନାହିଁ ।

ମାୟାର ସଂସାର ଲୋଭ ମୋହେ ଭରପୁର ,

             ମୁକ୍ତି ବା ପାଇବା କାହୁଁ ।

ଦୀନଜନେ ଦୟା କର ମହାପ୍ରଭୂ ,

            ଅଭାବ କର୍ଷଣ ଯେ ଦୂର ହେଉ ।

@ସୁସିଲ୍ ପାଣି ,ପୁରୀ ।

           

      




Rate this content
Log in

Similar oriya poem from Inspirational