Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lokanath Rath

Abstract Romance Classics

4  

Lokanath Rath

Abstract Romance Classics

ଫଗୁଣ ତୁମେ ଚାଲି ଯାଅନା

ଫଗୁଣ ତୁମେ ଚାଲି ଯାଅନା

2 mins
205



ଅନେକ ମାସ ପରେ ଶେଷରେ ,

ଆସିଛ ତୁମେ ଏବେ ବହୁ ଦିନ ପରେ ,

କେତେ କେତେ କଷ୍ଟ ଆଉ ଦୁଃଖ ପରେ ,

ଏବେ ତ ଆସିଲ ଫୁଟାଇ ହସ ଅଧରରେ ,

ତୁମେ କି ସବୁ କିଛି ବୁଝି ପାରୁନା ,

ହେ "ଫଗୁଣ ତୁମେ ଚାଲି ଯାଅନା "।


ତୁମ ପ୍ରତୀକ୍ଷାରେ ରହି ରହି,

ସବୁ ବେଦନାକୁ ବୁକୁରେ ଚାପି ଦେଇ ,

କେତେ କୋହ କେତେ ଲୁହ ଯାଇଛି ବହି ,

ଖାଲି ତୁମ ଭରସା ରେ ଏ ମନ ଥିଲା ରହି ,

ତୁମ ଆସିବାରେ ଆଜି ମନେ ବାଜଇ ବାଜଣା ,

ହେ" ଫଗୁଣ ତୁମେ ଚାଲି ଯାଅନା "।


ତୁମେ ତ ଆସିଲ ଏବେ କାହିଁ ଲୁଚି ଥିଲ ,

ସଭିଙ୍କ ମନରେ ଦେଖ ଖୁସି ଭରିଦେଲ ,

ତୁମ ପରସେ ମନକୁ ଯେ ଉଲ୍ଲସିତ କଲ ,

ସତେଜତା ର କେତେ ମନ୍ତ୍ର କି ଫୁଂକିଲ ,

ଚଉଦିଗେ ଦୃଶ୍ୟ ହୁଏ ଖାଲି ସବୁଜିମା ,

ହେ "ଫଗୁଣ ତୁମେ ଚାଲି ଯାଅନା "।


ଗଛ ଲତା ନଦୀ ନାଳ ପରବତ ସବୁ ,

ତୁମ ଆଗମନେ କହନ୍ତି,ନାଚି ନାଚି ଯିବୁ ,

ଆମ୍ର ବ୍ରୁକ୍ଷେ ଏବେ ତା ଫଳ ଦେଖିବୁ ,

ତା ମହକେ ସୁବାସିତ ହେବ ଚଉଦିଗ ସବୁ ,

ଏ ସବୁ କୁ କି କିଛି ତୁମେ ଏବେ ବୁଝି ପାରୁନା ,

ହେ "ଫଗୁଣ ତୁମେ ଚାଲି ଯାଅନା "।


ଧରା ରାଣୀ ରୁଷି ଥିଲା ଚୁପି ଚୁପି କାନ୍ଦୁଥିଲା ,

ତୁମକୁ ଆସିବା ଦେଖି ସେ ତ ଏବେ ଶାନ୍ତ ହେଲା ,

ଭାବିଲା ଏବେ ତାର ସବୁ କଷ୍ଟର ଦିନ ଗଲା ,

ଖୁସି ଖୁସି ତୁମ ପାଇଁ ସେ ନିଜକୁ ସଜେଇଲା ,

ତା ରୂପ କି ତୁମେ ଏବେ ଦେଖି ପାରୁନା ,

ହେ "ଫଗୁଣ ତୁମେ ଚାଲି ଯାଅନା " ।


ଏତେ ସବୁ ଦେଖି ସଭିଙ୍କ ମନ ଭରି ଗଲା ,

ଖୁସି ଓ ଆନନ୍ଦେ କେତେ କେତେ ବାଦ୍ୟ ବାଜିଲା ,

ମନୁ ହିଂସା କପଟ ଧର୍ମାନ୍ଧ ର ଭାବ ଦୂର ହେଲା ,

ଫଗୁ ଖେଳି କେତେ ରଙ୍ଗେ ସବୁ ତନୁ ଏକ ହେଲା ,

ଏ ତ ତୁମରି ସ୍ୱାଗତ ତୁମେ କି ଦେଖି ପାରୁନା ,

ହେ "ଫଗୁଣ ତୁମେ ଚାଲି ଯାଅନା " ।


ତୁମେ ତ ଵସନ୍ତ ର ଅଂଶ ,ବିଧତାର ଦାସ ,

ପକୃତି ବି ଅଟେ ତାଙ୍କ ଏକ ଅଂଶ ବିଶେଷ ,

ପକୃତି ପାଇଛି ଏବେ ତୁମ ପ୍ରେମ ପରସ ,

ଲାଜେ ଲାଜେ ଖେଳି ଦିଏ ଚୁପି ଚୁପି ହସ ,

କେମିତି ସହିବ ସେ ତୁମ ବିରହ ବେଦନା ,

ହେ "ଫଗୁଣ ତୁମେ ଚାଲି ଯାଅନା "।



Rate this content
Log in

Similar oriya poem from Abstract