Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LAXMAN KUMAR BEHERA (ଯତି)

Tragedy

2  

LAXMAN KUMAR BEHERA (ଯତି)

Tragedy

ମାନିନୀ ମନସ୍ବିନୀ

ମାନିନୀ ମନସ୍ବିନୀ

1 min
6.7K


❤💘💕 ମାନିନୀ ମନସ୍ବିନୀ 💓💔❣

ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)

ତମ ପାଇଁ ସାଥୀ କଲମ ଧରିଛି
ଲେଖୁଛି ଲେଖିବି ତୁମରି ପାଇଁ,
ଜୀବନରେ ଯଦି କେବେ ନ ପଚାର
ତିଳେ ବି ତହିଁରେ ମୋ ଦୁଃଖ ନାହିଁ ।

ଏତିକି ମାଗୁଣି ତୁମକୁ ମାନିନୀ
କେବେ ବି ଭୁଲ୍ ବୁଝିବନି ମୋତେ,
ଏମିତି ମାରିଲ ବଞ୍ଚିଥାଇ ମଲି
ଜୀବନେ ଭୁଲି ପାରିବିନି ସତେ ।

ଜୀବନରେ ଯଦି କେବେ ଭେଟ ହୁଏ
ସ୍ମୃତିର ସନ୍ତକ ଫେରାଇ ଦେବ,
ଜୀବନେ ତୁମକୁ ଭାରି ଭଲପାଏ
ଦିନେ ନା ଦିନେ ମୋ ସ୍ମୃତି କହିବ ।

ଭାବି ମୁଁ ନଥିଲି ଘୃଣା କର ମୋତେ
ଛାତି ତଳେ କେବେ ଜାଗା ଦେଇନ,
ଭଲ ମୁଁ ପାଉଛି ଭଲ ପାଉଥିବି
ସାକ୍ଷୀ ଅଛି ପରା ମୋ ପିଲାଦିନ ।

ସ୍ମୃତି କଲମରୁ ଝରିଥିବା ସ୍ମୃତି
ପଢି ଖୁସି ହେଲେ ଚିଟାଉ ଦେବ,
ମନେ ଯଦି କେବେ ତିଳେ କଷ୍ଟ ହୁଏ
ମୋ ସ୍ମୃତିକୁ ଚିରି ଫୋପାଡି ଦେବ ।

ଥରୁଟିଏ ହେଲେ କଥା ହୋଇଥାନ୍ତ
ଖୁସିରେ ନିଜର ହୃଦୟ ଦେଇ,
ଦୁଃଖ ଜମା ନୁହେଁ ପ୍ରତାରଣା କଲ
ପ୍ରେମ ଆଜି ହେଲା ପାପ ମୋ ପାଇଁ ।

ଶେଷ ଥର ପାଇଁ ଭେଟ କଲ ନାହିଁ
ଆଖିରେ ଆଖିଏ ପାଣି ଭରିଲ,
ଯେତିକି ପାରୁଛ ଦୁଃଖ ଦିଅ ପଛେ
ମୋ ପାଇଁକି ତୁମେ ବହୁତ ଭଲ ।

କଟୁ କଥା କହି ଗାଳି କଲ ସିନା
ବୁଝିଲନି ମୋର ଅନ୍ତର କଥା,
ଯନ୍ତ୍ରଣା ସାଗରେ ଠେଲି ଦେଲ ସତୀ
କାହାକୁ କହିବି ମରମ ବ୍ଯଥା ।

ଭଲପାଇ ଅନ୍ଯ କାହାକୁ ଭୁଲନି
ମନ ଦିଆ ନିଆ ନୁହେଁ କାହାଣୀ,
ସମାଜ ଆଗରେ କଲ ସାତପର
ବଞ୍ଚି ପାରୁନି କି ମରି ପାରୁନି ।

ନିଷ୍ଫଳ ହୋଇଲା ସମସ୍ତ ଉଦ୍ଯମ
ମୋତେ ସଜାଇ ଦେଲ ଯାଯାବର,
କି ବିଶ୍ବାସେ ମନ ଦେବି ମୁଁ କାହାକୁ
ତୁମେ ଯେବେ କନ୍ଦାଇଲ ଅନ୍ତର ।

କବି କୁଟୀର
ଦଣ୍ଡାସିଂହା,ବାରକୋଟ
ଦେବଗଡ (ଓଡିଶା)
ମୋ- 09668242720

❤💘💕💔😭


Rate this content
Log in

Similar oriya poem from Tragedy