ଝଡ
ଝଡ
1 min
6.7K
ଅନହୂତି ଝଡ ଆସେ ଭାଙ୍ଗି ଦିଏ କେତେକେତେ ସାଇତା ସଂପଦ,
ଝାଙ୍କି ଦିଏ ସବୁ କିଛି ଗୋଟେ ଝୁଙ୍କରେ ସମୟକୁ କରି ଦେଇ ସ୍ତବ୍ଧ ।
ଝଡ କି ଜାଣିନି ଏଠି ଛୋଟ ଏକ ଦୂବର ମୁଁ ଭିନ୍ନ ଏକ ସତ୍ତା
ମୁଁ ନୁହେଁ ଆକାଶଚୁମ୍ବୀ ଦ୍ରୁମର ସେ ତୁଚ୍ଛ ଅହମିକା ।
ଝଡର ଭୀଷଣ ରୂପ ପାରିବନି ଦୋହଲାଇ ମୋ ସ୍ଥିତାବସ୍ଥାକୁ
ଆକାଶକୁ ମୁଣ୍ଡ ଟେକି ଠିଆ ହେବି ପୁଣିଥରେ ଦେଖିବି ମୁଁ ସୂର୍ଯ୍ୟକୁ ।
ରହିବନି ବଡପଣ କି ଭୟଙ୍କର ତୋର ସେଇ ଗର୍ଜନ ତର୍ଜନ
କାଳ ନେଇଛି ଭସେଇ ତୋ ଭଳି କେତେ ଝଡର ଭାଙ୍ଗି ଟାଣପଣ ।