Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalaya Mishra

Others

2  

Padmalaya Mishra

Others

ସ୍ମୃତି ସିନ୍ଧୁକ

ସ୍ମୃତି ସିନ୍ଧୁକ

1 min
6.4K



ଖୋଲିଦେଲି ଯେବେ ସ୍ମୃତିର ସିନ୍ଧୁକ

ଆଖି ଗଲା ଜଳେ ପୁରି

ସୁଖ ଦୁଃଖ ଦୁହେଁ ବାହୁକୁ ବିସ୍ତାରି

ନେଲେ ମୋ ମନ ଆବୋରି ।


ଏକ ନୟନରୁ ଝରୁଥିଲା ଖୁସି

ଅନ୍ୟରୁ ଦୁଃଖର ବନ୍ୟା

କିଏ କହୁଥିଲା ଅବିବେକି ବୋଲି

କିଏ କହିଲା ଅନନ୍ୟା ।


ଖେଳ ଖେଳୁଥିଲେ ଲୁଚକାଳି ପୁଣି

କବାଡି ଖୋ ଖୋ ସପନ

ହୃଦୟ ଥିଲା କେବେ ଶାନ୍ତ ଜଳଧି

ଜୁଆର କଲା ଉଛନ ।


ସ୍ମୃତି ଆଇନାରେ ଦେଖାଗଲେ କିଛି

ଚିହ୍ନା ଅଚିହ୍ନା ପଥିକ

କିଛି ଚାଲିଗଲେ ପର କରିଦେଇ

କେ ଦେଇଗଲା ସନ୍ତକ ।


ଓଠଧାରେ କିଛି ହସକୁ ସାଉଁଟି

ବୁଜିଲି ସ୍ମୃତି ସିନ୍ଧୁକ

ପଚାରିଲା ମତେ ପାଗଳ ହୃଦୟ

ପାଇଲୁ ସ୍ମୃତି ଆଲୋକ.... ?


....... ପଦ୍ମାଳୟା


Rate this content
Log in