Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Monalisa priyadarsini Nanda

Others

3  

Monalisa priyadarsini Nanda

Others

ଯାଇଥିଲି କ୍ରିକେଟ ଖେଳ ଦେଖି

ଯାଇଥିଲି କ୍ରିକେଟ ଖେଳ ଦେଖି

1 min
334


ମୁଁ ଯାଇଥିଲି ଦିନେ 

        କ୍ରିକେଟ ଖେଳ ଦେଖି 

ଲୋକଙ୍କ ଭିଡ ଦେଖି 

      ଆଖି ହୋଇଗଲା ଯୋଖି||

ମନେ ମନେ ଭାବୁଥିଲି 

      ଅନଲାଇନ ଟିକେଟ କରିଛି 

ମନଭରି ଦେଖି ଆସିବି 

     ଟ୍ୱେନଟି ଟ୍ୱେନଟି ମ୍ୟାଚ ପଡିଛି||

ବାରବାଟୀ ରେ ଅଜସ୍ର ଭିଡ଼ 

      ତ୍ରିରଙ୍ଗା ମୁଖେ ଅଙ୍କିଛନ୍ତି

ଦୋକାନ ବଜାର ଭିଡ଼ 

    ସର୍ବେ ଚିତ୍ର ବିଚିତ୍ର ହୋଇଛନ୍ତି ||

ବ୍ଲାକରେ ଟିକେଟ ମିଳୁଛି 

        ଏଠି ତିନିଗୁଣା ଦାମରେ 

ଦେଭାଇ ମୋତେ ଟିକେଟ 

       କହକେତେ ଟଙ୍କାତୁ ନେବୁରେ||

ଚାରିଘଣ୍ଟା ଧାଡିରେ ରହି 

        ଅଣ୍ଟା ପିଠି ଆଉ ଚଳୁନି 

କ୍ରିକେଟ ଦେଖାର ମଜା 

       ଏଇଠୁ ଦେଖା ଗଲାଣି ||

ଷ୍ଟାଡିଅମକୁ ଗଲାପରେ 

      ଭାବିଲି ସପନ ସାର୍ଥକ ହେଲା 

ତେନ୍ଦୁଲକରକୁ ଦେଖିବି ବୋଲି 

        ମନରେ ବହୁତ ଆଶା ଥିଲା ||

କ୍ରିକେଟର ମାନେ ସମସ୍ତେ 

         ଆଖିକୁ ଦିଶିଲେ ପିମ୍ପୁଡି ଭଳି

କାହାକୁ ଚିନ୍ହିବି ମୁଁ ଯେ କୁହ 

     ଟିଭି ତାଠୁଭଲ ମନେହେଲି ଭାଳି|| 

କ୍ରିକେଟ ଖେଳ ମୋର ପ୍ରିୟ 

          ଟିଭି ରେ ସବୁଦିନ ଦେଖିବି 

ଷ୍ଟାଡିଅମ ଯିବିନି କେବେ 

         ଗୃହେ ରହି ଆନନ୍ଦ ପାଇବି||

  


Rate this content
Log in