Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhiram Sahoo

Others

3  

Abhiram Sahoo

Others

ସମୟର ଛାଇ

ସମୟର ଛାଇ

1 min
225


ସମୟର ଛାଇ

କେତେବେଳେ ବନ୍ୟା ତ

କେତେବେଳେ ଶୁଷ୍କ ମଲାନଈ

କାହାର ଏନ୍ତୁଡି ପୁଣି

କାହାପାଇଁ ମରଣର ଜୁଇ ।


ସମୟର ବଗିଚାରେ କେତେ ଫୁଲ

କେତେ କଣ୍ଟା କେତେ ପାଦଚିହ୍ନ

ସଫଳତା ବିଫଳତା,ଲାଭକ୍ଷତି,

ହାର୍ ଜିତ୍,ମାନ ଅପମାନ ।

କାହାକୁ ଉଲଗ୍ନ କରି ଆଉ କାହା ଓଢଣି ସଜାଡେ

ତ କାହା ଲୁହେ କାହା ସ୍ତନ ପୂର୍ଣ୍ଣଗର୍ଭା ହୁଏ

କା' ଜୁଇରେ କା' ଯୌବନର କୃଷ୍ଣଚୂଡା ଫୁଟାଏ

ତ ରାତିରେ କେଉଁ ଯୁବତୀର ଖିଡିକି ବାଡାଏ !


ସମୟର ଛାଇ

କାହା ଘର ଗଢେ ପୁଣି କା' ଘର ଉଜେଇ !


Rate this content
Log in