Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhakanta Sahu

Others

3  

Subhakanta Sahu

Others

ବର୍ଷା ଆସଇ ଯେବେ

ବର୍ଷା ଆସଇ ଯେବେ

1 min
6.9K


ବର୍ଷା ଆସଇ ଯେବେ,

ଖତ ଦେଇ ଜମି ଚଷଇ କୃଷକ

ଦେଖିଛ କି ପିଲେ କେବେ ?

ବର୍ଷା ଆସଇ ଯେବେ,

ଖୁଦ ଧରି ଧାଡି ଲାଗେ ପିମ୍ପୁଡିଙ୍କ

ଦେଖିଛ କି ପିଲେ କେବେ ?

ବର୍ଷା ଆସଇ ଯେବେ,

ନାଆ ପରି ଭାସେ ଆକାଶରେ ମେଘ

ଦେଖିଛ କି ପିଲେ କେବେ ?

ବର୍ଷା ଆସଇ ଯେବେ,

ମରୟର ନାଚଇ ପୁଛକୁ ବିସ୍ତାରି

ଦେଖିଛ କି ପିଲେ କେବେ ?

ବର୍ଷା ଆସଇ ଯେବେ,

ଜଳ ପାଶେ ରହି ଭେକ ରଡୁଥାଏ

ଦେଖିଛ କି ପିଲେ କେବେ ?

ବର୍ଷା ଆସଇ ଯେବେ,

ଭିଜିବାକୁ ପିଲେ ନାଚନ୍ତି ଦାଣ୍ଡରେ

ଦେଖିଛ କି ପିଲେ କେବେ ?

ବର୍ଷା ଆସଇ ଯେବେ,

ଗଉଡ ଫେରଇ ଗାଈଗୋଠ ନେଇ

ଦେଖିଛ କି ପିଲେ କେବେ ?

ବର୍ଷା ଆସଇ ଯେବେ,

ବୁଦାରୁ ବାହାରି ବୁଲେ ଝଡିପୋକ

ଦେଖିଛ କି ପିଲେ କେବେ ?


ଶୁଭକାନ୍ତ ସାହୁ

ଗୋପବନ୍ଧୁ ହାଇସ୍କୁଲ. ପୋଲସରା, ଗଞ୍ଜାମ ପିନ୍-୭୬୧୧୦୫

ମୋବାଇଲ୍-୯୮୬୧୭୩୨୨୫୬,

E-mail: subhakantasahu@rockermail.com


Rate this content
Log in