ଜୀବନର ଗୀତ
ଜୀବନର ଗୀତ
1 min
6.8K
କବିତା ଲେଖୁଲେଖୁ
ଭାଙ୍ଗିଗଲା କଲମ ଧାର
ଜୀବନର ଗୀତ ଗାଉଗାଉ
ଭୁଲିଗଲି ତା ସୁର ।
ଅଳ୍ପ ଗାଇଥିଲି
ଲାଗୁଥିଲା ସତେ ଅମୃତ
ଭୁଲି ଗଲି ସୁର
ବେସୁରିଆ ହେଲା ଗୀତ ।
ପାଦେ ଥିଲା ନୁପୁର
ଗଭାରେ ଗଜରା ବନ୍ଧା
ଳୟ ତାଳେ ତାଳେ
ନାଚୁଥିଲା ପ୍ରିୟା ପ୍ରୀତିଗନ୍ଧା ।
ଗଗନ ନାଚେ ପବନ ନାଚେ
ନାଚେ ନୀଳସମୁଦ୍ର ଜଳ
ଅଳ୍ପ କ୍ଷଣେ ବନ୍ଦ ହେଲା ଲୟ
ଫିକା ପଡିଗଲା ତାଳ ।
ଡିସମ୍ବର ମେହେର
ଗଣ୍ଡାବାହାଲି ନୂଆପଡା