Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Others

2  

Prasant Kumar Nath

Others

ସପନେ ଆସୁଛ କାହିଁ

ସପନେ ଆସୁଛ କାହିଁ

1 min
2.9K



ଭୁଲିଗଲ ତୁମେ ପ୍ରେମକୁ ମୋହର

ଅଧବାଟେ ଛାଡ଼ିଦେଇ

ଯଦି ଅବା ଗଲ ସପନେ ମୋହର

ଆସୁଅଛ ପୁଣି କାହିଁ ।


ସବୁ ବାସ୍ତବତା ସ୍ୱପ୍ନ ହୋଇ ଏବେ

ଜଳେଇ ମାରୁଛି ମୋତେ

ତୁମଠୁଁ ଦୁରେଇ ରହିବି ଭାବିଲେ

ସ୍ୱପ୍ନରେ ଆସୁଛ ସେତେ ।


ପୁଣିଥରେ ଆସି ପାଖରେ ବସୁଛ

ମୋଦେହ ଦେଉଛ ଛୁଇଁ

ଭଲପାଏ ବୋଲି ହସି ହସି ତୁମେ

କାନରେ ଦେଉଛ କହି ।


ସପନ ସରିଲେ ଶୂନ୍ୟତା ଭିତରେ

ଭାବନାରେ ଆସ ଧାଇଁ

ନିଜ ଅଜଣାଟେ ଦୁଇ ଆଖି ମୋର

ଲୁହ ଢାଳେ ତୁମ ପାଇଁ ।


କାଲି ଭିଜୁଥିଲି ପ୍ରେମରେ ତୁମର

ଆଜି ଭିଜେ ଆଖି ଲୁହେ

ତୁମରି ସପନ ତୁମରି ଭାବନା

ଆଜି ଭାରି କଷ୍ଟ ଦିଏ ।

*****

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ପ୍ରୀତିପୁର,ଯାଜପୁର

ମୋ୦୮୮୯୨୩୦୧୧୪୩-


Rate this content
Log in