Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Others

2  

Ram Prasad Bisoi

Others

ସଂଳାପ-୯୧

ସଂଳାପ-୯୧

1 min
6.8K


କାହାପ୍ରତି ନିର୍ଦ୍ଧୟ

ଅବା

କାହାକୁ ଠକି ପାରେନା,

କାହାକୁ କିଛି କହିବା

ଅବା

ନ କହିବା

ମୋ ପାଇଁ ଏକ

ମାନସିକ ପ୍ରଶ୍ନ ?

ହୋଇପାରେ,

କାହାକୁ ବାଧା ଦେବା

ମୋ ଅଧିକାରର

ପରିସରଭୁକ୍ତ କଦାପି ନୁହେଁ

କିନ୍ତୁ

ସବୁବେଳେ, ସବୁ ସ୍ଥାନରେ

ଯାହା ମୋ ଅଧିକାରର ପରିସରଭୁକ୍ତ

ଠିକ ଆଉ ସବୁବେଳେ କେବଳ ,

ଠିକ ହିଁ ଠିକ,

ଭୁଲ ସହ ସାଲିସ କରି

ଜୀବନ କାଟି ଦେବା ମତେ ଆସେନା,

ଅତୀତ ଅଭୁଲା, ଭବିଷ୍ୟତ ଅନିର୍ଦ୍ଧିଷ୍ଠ,

ବର୍ତ୍ତମାନ ଅସୁନ୍ତୁଳିତ,

ତଥାପି

ଦୁନିଆଁ ବିବେଚିତ କରେ ମତେ

ଆଧୁନିକ ଭାରତର ପ୍ରଯ୍ୟୁକ୍ତି ବିଶାରଦ

ଯୁବଶକ୍ତି ସମୁହୁର ଅଂଶ ବିଶେଷ ।


©®କାଶ୍ୟପ,ରାୟଗଡା ।


Rate this content
Log in