Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

gouranga charan beura

Inspirational Abstract Others

2  

gouranga charan beura

Inspirational Abstract Others

କଳା କାଇଁଚ..?

କଳା କାଇଁଚ..?

1 min
7.3K


ସିନ୍ଧୁସୂତା ପତି କାଳିଆ ଠାକୁର

ନିଳାଦ୍ରୀ ବିଜେ କରିଛ,

ନୀଳ ଆକାଶର ସବୁଜିମା ତଳେ

କେତେ ନାଟ ଦେଖୁଅଛ ॥

ପ୍ରେମ ସ୍ୱରୂପ ବ୍ୟଥାହାରୀ ତୁମେ

ପ୍ରେମ ବୃନ୍ଦାବନେ ବାସ,

ଅପରୂପ ତୁମେ କି ଉପମା ଦେବି

ରୂପ ମାଧୂରୀ ସୁବାସ ॥

ତୁମେ ସୁଖଦାତା ଜଗତର ପ୍ରାଣ

ତୁମେ ଦରଦୀ ଦୟାଲ,

ତୁମେ ନିତ୍ୟ ସୁଖ ଅନିତ୍ୟ ସଂସାରେ

ତୁମେ ଧ୍ୟେୟ ପ୍ରେମମୟ ॥

ସୁନ୍ଦର ସୁଠାମ ତୁମେ ମନୋରମ

ଅବତାରେ ଅବତରୀ,

ଶୟନେ ସପନେ ତୁମ ଛବି ଶ୍ରେୟ

ତୁମେ ଅନନ୍ତ ବିହାରୀ ॥

ତୁମେ ଯେ ସାଗର ମୁଁ ଅଟେ ତଟିନି

ତୁମେ ମୋ ରକତ ବିନ୍ଦୁ,

ତୁମେ ମୋର ଆଶା ତୁମେ ମୋ ଭରସା

ଲଂଘିକାକୁ ଦୁଃଖ ସିନ୍ଧୁ ॥

କାଢିନିଅ ମୋର ଗର୍ବ ଅହଂକାର

ଭରିଦିଅ ଭକ୍ତି ରସ,

ଜପି ତୁମ ନାମ ହୋଇବି ମୁଁ ଧନ୍ୟ

ରହି ନିତ୍ୟ ତୁମ ପାଶ ॥

------ଗୈରାଂଗ ଚରଣ ବେଉରା-----------

-----ଶିକ୍ଷକ, କୁଲିଆମାଲ ଉଚ୍ଚ ବିଦ୍ୟାଲୟ-----


Rate this content
Log in

Similar oriya poem from Inspirational