Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarat Jal

Others

2  

Sarat Jal

Others

ପହିଲି ବରଷା

ପହିଲି ବରଷା

1 min
6.4K



ଝଡିବରଷାରେ କୁଆଡେ ଯାଉଛୁ

ଗୋଲାପି ଛତାକୁ ଧରି

ଗୋରାପାଦେ ତୋର ଅଳତାରଗାର

ଲିଭିଯିବ ଆଲୋ ଗୋରୀ ॥


ବରଷାର ଛିଟା ଦେହରେ ବାଜିଲେ

ଦେହତୋ ଯିବ ଶୀତେଇ

ପହିଲି ବରଷା ଜମା ଭଲନୁହେଁ

ଦୃଷ୍ଟପିଲାଟିଏ ସେଇ ॥


ମନେ ତୋର ନିଆଁ ଲଗାଇଦେବଲୋ

ଖୋଜିବୁ ପୀରତିଛୁଆଁ

ଜାଣିଥା ସଜନୀ ଦିବସରଜନୀ

ମନ ହେବ ଅମାନିଆ ॥


ଡଙ୍ଗାପରି ମନ ଭାସିଭାସି ଯିବ

ପ୍ରେମଦରିଆକୁ ତୋର

ଲାଜୁଆ ଲାଜୁଆ ଆଖି,ଓଠ,ମୁହଁ

ଭିଜୁଥିବେ ବାରମ୍ବାର ॥


ଶୁଣଲୋ ରୂପସୀ ନବୀନ ବୟସୀ

ହୁଅ ଟିକେ ସାବଧାନ

ବାହାରେ ଚାଲିଛି ଲଗାଣବରଷା

ଉଛୁଲା ତୋ ଯଉବନ ॥


ମୋକଥାକୁ ମାନି ଯାଅନି ସଜନୀ

ରହିଯା ଆଜି ମୋଘରେ

କାଲି ଚାଲିଯିବୁ ସକାଳୁ ସକାଳୁ

ବରଷା ଛାଡିବା ପରେ ॥


ଶରତ ଚନ୍ଦ୍ର ଜାଲି

💐💐ତା:୨୧/୭/୧୮💐💐


Rate this content
Log in