Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୧୮୨

ଜୀବନ ଗୀତା-୧୮୨

1 min
6.9K


 

ଏ ଜୀବନ କେବେ ଫୁଲରେ ଭରା
କେବେପୁଣି ଝଡ ଅଣଚାଶ
ଏ ଜୀବନ କେବେ କୁହୁଡି ଘେରା
କେବେ କାର୍ତ୍ତିକ ପୂନେଇଁ ରାସ ॥୦॥

ଶାନ୍ତିର କପୋତ କେବେ
ଉଡାଏ ସେ ଆକାଶରେ
କେବେପୁଣି ଭରିଦିଏ
କୋକୁଆ ଭୟ ଧରାରେ
ଏ ଜୀବନ କେବେ ମମତା ଝରା
କେବେପୁଣି କ୍ରୁର ଉପହାସ ॥୧॥

ଶାନ୍ତ୍ୱନାର ବୀଜମନ୍ତ୍ର
କେବେ ସେ ବହ୍ନି ବଳୟ
କେବେ ଘୋର ବର୍ଷାରାତି
କେବେ ମଧୁର ମଳୟ
ଏ ଜୀବନ କେବେ ଆଶା ଅସରା
କେବେପୁଣି ବଡ ଅବସୋସ ॥୨॥

 


Rate this content
Log in