Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ମା ନା‌ହିଁ ଉପମା

ମା ନା‌ହିଁ ଉପମା

1 min
7.1K


ମାତା ରାଣୀ ଜଗଦମ୍ବେ ଅମ୍ବିକେ ଉମା

ମାନସିକ ପୂର୍ଣ୍ଣ କର ଶଂକର ବାମା ।

ମାରିଛ ମହିଷାସୁର ଶୂଳ ହସ୍ତେ ମା

ମାହେଶ୍ଵରୀ ଶକ୍ତି ସ୍ୱୟଂ ନାହିଁ ଉପମା ।

ମା ରକ୍ତବୀର୍ଯ୍ୟ ଚଣ୍ଡମୁଣ୍ଡ ଭାବିଲେ ରାମା

ମାତଂଗୀ ଶକତି ଜାଣି ନଥିଲେ ଜମା ।

ମାତୃଭକ୍ତି ରାମଂକର ନୋହି ଅକର୍ମା

ମାରିବେ ରାବଣ ଦେଲ ଏହି ବର ମା’ ।

ମାତା ତବ ନିରାଜନା ପାର୍ବଣୋପମା

ମାତି ଉଠେ ଧରା ନବରାତ୍ର ପାଳି ମା’ ।

ମାତା ପରମ ବୈଷ୍ଣବୀ ଶୈଳପୁତ୍ରୀ ମା’

ମା' ପାଶେ ଶରଣ ଗଲି ଜାଣି ମହିମା ।

ମାରିବ ଅବା ରଖିବ ତ୍ର୍ୟମ୍ବକେ ଉମା

ମାତା ପିତା ଭ୍ରାତା ସଖା ସବୁ ତୁମେ ମା ।

ବିଶ୍ଵେଶ୍ୱର


Rate this content
Log in