Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Sethi

Thriller

4.0  

Bidyadhar Sethi

Thriller

ଜୀବନ - ଛାଇ ଆଲୁଅର ଖେଳ

ଜୀବନ - ଛାଇ ଆଲୁଅର ଖେଳ

1 min
212


ଛାଇ ଆଲୁଅର ଖେଳ ଜୀବନ ସଂହିତା

ଶାଶ୍ୱତ ଅମୃତମୟ ଅପାର୍ଥିବ ସତ୍ତା ।

କେବେ ଓଠ ପିଇଯାଏ ନିଜ ଆଖି ଲୁହ

ସହିବାକୁ ହୁଏ ତହିଁ କ୍ଳେଶ ଭରା କୋହ ।

ସମୟ ଡୋରିରେ ବନ୍ଧା ଦୁର୍ଲଭ ଜୀବନ

ଭାଗ୍ୟ ଲୁଚକାଳି ଖେଳେ କପାଳ ଲିଖନ ।

ଦି'ଦିନର ଏ ଦୁନିଆ ମୁକ୍ତ ରଙ୍ଗମଞ୍ଚ

ପ୍ରାଣଶକ୍ତି ଏକା ସତ୍ୟ ଆଉ ସବୁ ତୁଚ୍ଛ ।

ମିଛ ମାୟା ସଂସାରରେ ନୁହଁ କେ ନିଜର

ଆଜି ଯିଏ ଆପଣାର କାଲି ସିଏ ପର ।

କେବେ ସେ ସ୍ବଚ୍ଛ ଝରଣା ଜୁଆରିଆ ନଈ

ଉଜାଣି ବହେ ସେ କେବେ ଦୁଇ କୂଳ ଖାଇ ।

ଜୀବନ ନାଟକ ସରେ ଛାଇ ଆଲୁଅରେ

ନାଟ ପୁଣି ଅନ୍ତ ହୁଏ ମଶାଣି ଭୂଇଁରେ ।


Rate this content
Log in

Similar oriya poem from Thriller