Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjay kumar Panda

Children Tragedy Others

5.0  

Sanjay kumar Panda

Children Tragedy Others

ହାତୀର ଜବାବ

ହାତୀର ଜବାବ

1 min
345



ଟାଙ୍ଗରା ଜଙ୍ଗଲୁ    ହାତୀପଲେ ଦିନେ

       କାଟିବାକୁ ଛୁଟିଦିନ,

ସହରର ଗଳି    କନ୍ଦି ବୁଲୁଥିଲେ

      ହଲେଇ ହଲେଇ କାନ ।

ଚିକଣ ଚାକଣ     ଅଫିସର ଗଣ

     ଦେଖିଣ ହାତୀଙ୍କ ପଲ,

ପଚାରିଲେ ଆସି    ଜଙ୍ଗଲ କୁ ଛାଡି

     ଏଠାକୁ କାହିଁ ଆସିଲ ?

ବୁଢ଼ା ହାତୀଟିଏ    ଦେଲାଯେ ଉତ୍ତର

      ହଇରେ ସ୍ୱାର୍ଥୀ ମାନବ,

ଜଙ୍ଗଲ ଠିକଣା    ପଚାର ତୋ ଘରେ

      ଟେବୁଲ ଚୌକି କହିବ ।

ବିରାଟ ସଉଧ    ଗଢିଛୁ ଯେଉଁଠି

     ଦିନଥିଲା କାଳଥିଲା,

କେତେ ବନ୍ୟଜନ୍ତୁ    ରହୁଥିଲେ ସେଠି

      ସିଏବି ଜଙ୍ଗଲ ଥିଲା ।

ଯେତେଯେତେ ଜ୍ଞାନ    ଅରଜୁଛୁ ଧନ

      ମୂର୍ଖ ହେଉ ବେଶି ବେଶି,

ଭଲକି ଜାଣିଛୁ    ବୃକ୍ଷତୋ ଜୀବନ

      ତଥାପି କାଟୁଛୁ ହସି ।

ଏହା କହି ହାତୀ    ମୁହଁ ମୋଡି ଦେଇ

     ମାଡ଼ି ଚାଲିଲେ ଆଗକୁ,

ସହରୀ ବିଜୁଳି    ଆଲୁଅର ମାଳି

     ଭୁଲି ପଶିଲେ ଗାଆଁକୁ ।

ହଠାତ ଆଖିରେ    ପଡ଼ିଲା କ୍ଷେତଟେ

      ମକା ଶସ୍ୟେ ଭରପୁର,

କେଇ ମୂହୁର୍ତ୍ତରେ    ଖାଇ ଭାଙ୍ଗି ସବୁ

     କରିଦେଲେ ନାରଖାର ।

ହାତରେ ପାଞ୍ଚଣ    ମାଲିକ ଧରିଣ

     ରାଗେ ଗର ଗର ହୋଇ,

ଚିତ୍କାର କରିଣ    ଦଉଡି ଆସିଲା

    କେତେ ଗାଳି ଦେଇ ଦେଇ ।

ଆହେ ପୋଡାମୁହାଁ    ହାତୀ ଗୁଡା ତୁମେ

       ବୋପା ସମ୍ପତ୍ତି ଭାବିଲ,

ମନଇଚ୍ଛା ଆସି    ମକା ଖାଇଦେଲ

      ଚାଷ ତୁମେ କରିଥିଲ ?

କୁନି ହାତୀ ଗୋଟେ    କହିଲା ହଇରେ

       ଏଡିକି ଅଲଜ୍ଜା ହେଲୁ,

ଗଛ ଗୁଡା ତୁ ଯେ    କାଟି ବୋହି ଆଣୁ

       ଜଙ୍ଗଲ କି କରିଥିଲୁ ?


Rate this content
Log in

Similar oriya poem from Children