Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Action Drama

5.0  

ବି. ନିରୁପମା

Action Drama

ଜନମ ଦିନର ଶୁଭକାମନା

ଜନମ ଦିନର ଶୁଭକାମନା

1 min
6.9K


ଜନମ ଦିନର ଶୁଭକାମନାଟି

ଗ୍ରହଣ କରିବୁ ମୋର,

ବିଭୁ କରୁଣାରୁ ସକଳ କାର୍ଯ୍ୟରେ

ସଫଳତା ମିଳୁ ତୋର।


ଦିବ୍ୟ ଆନନ୍ଦରେ ପୂରି ଉଠୁ ମନ

ଘର ଆଉ ପରିବାର ,

ସାହସ,ଶକତି,ସ୍ଵାଭିମାନ ଯେତେ

ଥାଆନ୍ତୁ ସାଙ୍ଗରେ ତୋର ।


ମୋ ଅନ୍ତରର ଅନନ୍ତ ଆଶିଷ

ସମରପି ଦେଲି ତୋତେ,

ତୋହ ଭଳି ସୁନା ଭାଇ ମିଳୁଥାଉ

ପ୍ରତି ଜନମରେ ମୋତେ ।


ମିଳୁ ସଉଭାଗ୍ୟ,ସୁଖ ଓ ସନ୍ତୋଷ

ଦୂରହେଉ ଯେତେ ବାଧା,

କରୁଣାମୟଙ୍କ ଅପାର କରୁଣା

ଥାଉ ପାଖେ ତୋର ସଦା ।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Action