Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SR Padmalaya65 Mishra

Children Stories Others

2  

SR Padmalaya65 Mishra

Children Stories Others

ବାଳୁତ ମନ

ବାଳୁତ ମନ

1 min
313


ଚାରି ଭାଇଭଉଣୀଙ୍କୁ

ବାଢିଦେଲେ ମାଆ ଖାଇବାକୁ

ପିଲାଙ୍କୁ କହିଲେ ଡାକି ଭିତରକୁ

ଡାଲି , ତରକାରୀ , ଭଜା , ଖଟା , ଶାଗ

ଦିଆଯାଇଛି ଯେତେକ

ଚୁପଚାପ ଖାଇନେବ ସେତକ

ଦ୍ବିତୀୟବାର ପରଶା ଆଉ ମାଗିବ ନାହିଁ

ଅବେଳରେ କୁଣିଆ ପହଞ୍ଚିଲେ ତ

କାଳେ ଅଣ୍ଟିବ ନାହିଁ ।


କେଡେ ସୁନ୍ଦର ଚାରିହେଁ ମୁଣ୍ଡ ଟୁଙ୍ଗାରିଲେ

ସୁନାପିଲାଭଳି

ନିଜ ନିଜ ଥାଳିପାଖେ ବସିଗଲେ

ପାଖରେ ବସିଛନ୍ତି ଅତିଥି

ଖାଇବାରେ ଲାଗିଛନ୍ତି ପିଲା ଚାରୋଟି

ମାଆ ରୋଷେଇ ଘରେ ବ୍ଯସ୍ତ ଅଛନ୍ତି


ବଡ ପଚାରୁଛି

ମାଆ , ପାଣିବି ଏତିକି ?

ଦ୍ବିତୀୟ ପଚାରୁଛି

ମାଆ , ଲୁଣବି ଏତିକି ?

ମାଆ ଆସିଲେ ପିଲାଙ୍କୁ

ବଡ ବଡ ଆଖି ଦେଖାଇ

ତୃତୀୟ କହୁଛି ଗେହ୍ଲେଇ

ମାଆ , ଆଖି ଦେଖେଇଲ କାହିଁକି ?

ଚତୁର୍ଥ କହୁଛି

ମାଆ , ଲୁଣ ଆଉ ପାଣିବି

ଅଧିକ ମାଗିବାକୁ

ମନା କରିଥିଲ କି ?


Rate this content
Log in