Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Geeta Sarangi

Others

0.8  

Geeta Sarangi

Others

ଜୀବନ ଗୀତା-୧୯୮

ଜୀବନ ଗୀତା-୧୯୮

1 min
6.6K


 

ଜୀବନର ଆକର୍ଷଣ
ଏଡାଇ ପାରିଛି କିଏ
ଚୁମ୍ବକୀୟ ଶକ୍ତି ତାର
ସବୁରିକି ଟାଣିନିଏ ॥୦॥

ସଂକଟ ସମୟେ ଜୀବନ ଦିଅଇ ସାଥ
ଛାଡି କେବେ ଯାଏନାହିଁ ଅଧାପଥେ ହାତ
ଜୀବନର ବାସ୍ତବତା
ଯେଣୁ ଖୋରାକ ଯୋଗାଏ
ସଂପର୍କର ନିବିଡତା
ତେଣୁ ବଢିବଢି ଯାଏ ॥୧॥

ସୁରକ୍ଷା ଦିଅଇ ଜୀବନ ସବୁ ସମୟେ
ବଂଧୁ ପରି ସାହାହୁଏ ସିନା ଅସମୟେ
ଅବଶୋଶ ହୃଦୟରେ
କେତେକେତେ ରହିଥାଏ
ତଥାପି ଜୀବନ ପରେ
ଅଭିମାନ ତ ନଥାଏ ॥୨॥

 


Rate this content
Log in