Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Inspirational Others

5.0  

ବି. ନିରୁପମା

Inspirational Others

ଫୁଲ ହୋଇ ଫୁଟିବି

ଫୁଲ ହୋଇ ଫୁଟିବି

1 min
236


ଫୁଲ ହୋଇ ଫୁଟିବି ମୁଁ

ଫୁଲ ପରି ହସିବି ,

ଭୁରୁଭୁରୁ ବାସନାରେ

ଆନ ମନ ତୋଷିବି ।

ପାଖୁଡ଼ାରେ ଭଳିଭଳି

ରଙ୍ଗ ଦେବେ ସୂରୁଜ ,

ଲାଗିବି ସତେ ଯେମିତି

ନାନାରଙ୍ଗ ମୁରୁଜ ।

ଅଭିମାନ ତେଜି ମନୁ

ନିରେଖିବି ଗଗନ ,

ଜହ୍ନ,ତାରା,ସୂର୍ଯ୍ୟ ଦେଖି

ଭାବେ ହେବି ମଗନ ।

ମଧୁମକ୍ଷୀ,ଭ୍ରମରର

ମିଠାଗୀତ ଶୁଣିବି ,

ପ୍ରଜାପତି ଡେଣାରେ ମୁଁ

ଛିଟରଙ୍ଗ ବୁଣିବି ।

ମଧୁଶୋଷି ମନ ତାଙ୍କ

ହେବ ଯେବେ ପ୍ରସନ୍ନ ,

ମଣିବି ପରମ ସୁଖ

ହେଲି ବୋଲି ପ୍ରସୂନ ।

ଆଉ ଏକ ଅଭିଳାଷ

ହେବ କିବା ପୂରଣ ,

ସେ ପରମ ପିତା ମୋତେ

ଦେବେ ପାଦେ ଶରଣ ।

ଫୁଲହୋଇ ଫୁଟିବି ମୁଁ

ଫୁଲହୋଇ ଫୁଟିବି ,

ସେହି ବିଶ୍ୱନିୟନ୍ତାଙ୍କ

ଚରଣରେ ଲୋଟିବି ।

ଧନ୍ୟହେବ ପ୍ରାଣ ତେବେ

ତାଙ୍କ ପାଦେ ଲାଗିଲେ ,

ଚିରକାଳ ପାଇଁ ଶାନ୍ତି

ମିଳିଯିବ ମାଗିଲେ ।।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Inspirational