Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

4.3  

Dipti lekha Mishra

Others

ସୁରୁଜ,ଚନ୍ଦ୍ର ଓ ପ୍ରେମିକ

ସୁରୁଜ,ଚନ୍ଦ୍ର ଓ ପ୍ରେମିକ

1 min
425



ସୁମନକୁ ଖୋଜେ ଭ୍ରମର

ତା ପରଷ ପାଇବାକୁ

ମେଘକୁ ଖୋଜୁଛି ମୟୁର

ତା ଥେଈ ଥା ନାଚିବାକୁ ॥

ଚନ୍ଦ୍ରଲତା ଖୋଜୁଛି ଯେ ସାହାରା

ଉପରକୁ ମାଳିବାକୁ

ବିଲେଈ ଛକିଛି ଟିକିଏ

ମାଛ ଖାଇବାକୁ ॥

ଚନ୍ଦ୍ରଙ୍କ ଶୀତଳ ପରଷ

ପାଈବାକୁ ଚାହେଁ କଇଁ

ସୂରୁଜ ସାନ୍ନିଧ୍ୟ ପାଇବା

ଚାହେଁ ସୂର୍ଯ୍ୟମୁଖୀ ।

ଚନ୍ଦ୍ରକୁ ଜଗି ରହିଥାଏ

ରଜନୀଗନ୍ଧା ସୁମନ

ସକାଳ ସୂରୁଜକୁ ଜଗେ

ପଙ୍କେ ପଦ୍ମଫୁଲ ମନ ।

ନରରୁପୀ ପ୍ରେମିକ ଜଗେ

ସକାଳରୁ ସଞ୍ଜ ଯାଏଁ

ଭଲପାଈବା ଖୋଜିବା ଯେ

ପାଇବାରେ ଠାଏଁ ଠାଏଁ ॥

     


Rate this content
Log in