ଜୀବନ ଗୀତା-୧୮୦
ଜୀବନ ଗୀତା-୧୮୦
1 min
6.7K
ଜୀବନ କେବେ ଦରଦୀ ସାଥୀଟେ
କେବେପୁଣି ବେଦରଦୀ
ଚାନ୍ଦ ତୋଳି ହାତେ ଦିଏ ସେ କେବେ
କେବେହୁଏ ପ୍ରତିବାଦୀ ॥୦॥
ଉଦାସ ମନରେ ଆଶା ଭରିଦେଇ
ପୁଣି କରଇ ହତାଶ
ଛଳନାପୂର୍ଣ୍ଣ ଆଚରଣ ତାହାର
ନାହିଁତ ତାକୁ ବିଶ୍ୱାସ
ଲୁହରେ ଲହୁରେ ଭିଜାଉଥାଏ
ଯେତେ ତାର କାରସାଦି ॥୧॥
ଆମୋଦ ପ୍ରମୋଦେ ରଞ୍ଜାଇ ମନକୁ
ସମ୍ମୋହିତ କରିନିଏ
କେବେପୁଣି ସିଏ ଅକାରଣଟାରେ
ହାତ ଛାଡି ଚାଲିଯାଏ
ଏକଲା ପଥରେ ଚାଲିଲାବେଳେ
ମାଡେନାହିଁ ଚଉହଦୀ ॥୨॥