ଧନ୍ୟ ତୁମେ ଭାଇ ବୀର ସୈନିକ
ଧନ୍ୟ ତୁମେ ଭାଇ ବୀର ସୈନିକ
ଧନ୍ୟ ଭାଇ ତୁମେ ବୀର ସୈନିକ
ତୁମକୁ କୋଟି ପ୍ରଣାମ ।
ମୋ ଭାରତ ମାଆ ଝୁରୁଛି ତୁମକୁ
ଦେଉଛି କୋଟି ସଲାମ।
ପୁଣ୍ୟମୟୀ ସେହି ବୀର ପ୍ରସବିନୀ
ମୋ ପୁଣ୍ୟ ଭାରତ ମାଆ ।
ତା'କୋଳ ଜନମି ବଡ ହେଲା ପରେ
ରଖିଲ ତାଙ୍କରି ନାଆଁ।
ହେ ବୀର ସନ୍ତାନ ତୁମେ ଏ ଦେଶର
ତୁମେ ଯେ ଅମୃତ ସୃଷ୍ଟି ।
ତୁମ ପାଇଁ ଆଜି ଗର୍ବ କରୁଅଛି
ଆମ ଏ ଭାରତ ମାଟି ।
ଧନ୍ୟ ତୁମ ଶକ୍ତି ଅସୀମ ସାହାସ
ଧନ୍ୟ ପୁଣି ତୁମ କର୍ମ ।
ସେବା ଯତ୍ନ ତୁମ ଏ ମାଟିର ପାଇଁ
ସତେ କି ତୁମର ଧର୍ମ ।
ଧନ୍ୟ ତୁମ ସେବା ଧନ୍ୟ ତୁମ ତ୍ୟାଗ
ଧନ୍ୟ ତୁମ ବଳିଦାନ ।
ଏ ଦେଶ ମାଟିର ବୀର ସନ୍ତାନ
ତୁମେ ଅମୂଲ୍ୟ ରତନ।
ଶାଶ୍ଵତ ପବିତ୍ର ତୁମେ ଆହେ ବୀର
ଏ ଦେଶେ ଲଭିଲ ଜନ୍ମ ।
ତୁମ ପାଇଁ ଆଜି ବିଶ୍ଵ ଦରବାରେ
ଭାରତ ମୋର ମହାନ ।
ଗର୍ବ ଓ ଗୌରବ ଆମ ଭାରତର
ତୁମେ ହେ ଅମ୍ଲାନ ଜ୍ୟୋତି।
ତୁମ ବିନା ସବୁ ଚିର ଅନ୍ଧକାର
ହୋଇ ଯାଇପାରେ କ୍ଷିତି।
ହୃଦୟ ସ୍ପନ୍ଦନ କୋଟି ଜନତାର
ତୁମେ ଅମୃତର ଧାରା ।
ତୁମ ପାଇଁ ସ୍ବର୍ଗ ସୁଖେ ବାସ ଆମ
ହସେ ଏ ଜଗତ ସାରା ।
ତ୍ୟାଗ କରି ତୁମେ ନିଜ ଘର ଦ୍ବାର
ପିତା ମାତା ଯେ ସନ୍ତାନ ।
ବନ୍ଧୁ ସଖା ସାଥେ ଆତ୍ମୀୟ ସ୍ଵଜନ
ନ ଦେଖ ପତ୍ନୀ ବଦନ ।
ହେ ବୀର ସନ୍ତାନ ପୁଣ୍ୟ ଭାରତର
ଧନ୍ୟ ତୁମ ନର ଜନ୍ମ ।
କେଉଁ ପୁଣ୍ୟ ବଳେ ଏ ଧରା ବକ୍ଷରେ
ନେଲ ସୈନିକ ଜନମ।
ମନେ ପକାଇଲେ ଦେଶ ସେବା ତୁମ
ମନ ହୁଏ ଶିହରଣ।
ଅଶ୍ରୁ ଧାର ଧାର ବହିଯାଏ ପୁଣି
ବିକଳ ହୁଏ ଏ ମନ।
ସଲାମ୍ କରୁଛି ତୁମକୁ ମୁଁ ଆଜି
ତୁମ ଦେଶ ସେବା ଦେଖି ।
ହସି ହସି ତୁମେ ବଳିଦାନ ଦିଅ
ଏମାଟିକୁ ରଖି ସାକ୍ଷୀ।
ଶ୍ରୀ ଡମ୍ବରୁଧର ବାଗ, ଗ୍ରାମ -ଚପ୍ରିଆ, ବ୍ଲକ -ଗୋଲାମୁଣ୍ଡା, ଜିଲ୍ଲା -କଳାହାଣ୍ଡି । ଭ୍ରାମ୍ୟଭାଷ -