ଜୀବନ
ଜୀବନ
ସତ କହିବାକୁ ଗଲେ
ଜୀବନଟା ଆଉ କଣ ଯେ...
ଗୋଟିଏ ଅଦୃଶ୍ୟମାନ ଚଲା ପଥରେ ଅଣନିଶ୍ବାସୀ ହୋଇ
ଦଉଡିବାର ଗୋଟିଏ ପ୍ରତିଯୋଗୀତା।
ଆଶା ଆଉ ନିରାଶାର ଲୁଚକାଳି ଖେଳ
ମୁଠାଏ ସ୍ବପ୍ନ ଆଉ କିଛି ଚୁନା ଚୁନା ସ୍ମତି
କେତୋଟି ହାତ ଗଣତି ଜହ୍ନ ରାତି
ଆଉ କିଛି ଭୂଲି ଯିବା ଆଉ ମନେ ରଖିବାର ରିତୀ
ଆଉ କହିବି
ଖିଲିଖିଲି ହସସାଥେ ନିଗିଡା ତତଲା ଲୁହ
ପାଇବାର ଖୁସୀ ଆଉ ହରେଇବାର ଭୟ
କଥା ଦେବା ,କିଛି କଥା ନରଖି ପାରିବାର କୋହ
ସବୁ କିଛି ମୋ'ର କରିବାର ମୋହ
ଏତିକିରେ କୋଉ ସରୁଛି ଯେ
କେବେ ପରକୁ ଆପଣାର କରିବା
କେବେ ଆପଣାକୁ ପର କରିଦେବା
କେବେ ୟା କଥା ବୁଝିବା ତ କେବେ ତା କଥା ବୁଝିବା
ଏକୁଟିଆ ବେଳେ ଆଇନା ଆଗରେ,
ସୁଖ ଦୁଃଖ କହି ଲୁହ ଗଡେଇବା
ଋଷିବା ମନେଇବା
ଭଲ ପାଇବା....
ଏମିତି କେତେ କଣ...
ସବୁ କଥା କଣ କହି ହୁଏ?
ଶେଷରେ ଶୂନ୍ୟ ହାତରେ ଶୂନ୍ୟରେ ମିଶିଯିବା
ସତରେ ଜୀବନଟା ବୋଧେ ଏମିତି...।
ରନିତା