Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୧୮୩

ଜୀବନ ଗୀତା-୧୮୩

1 min
6.9K


 

ଝରା ଶ୍ରାବଣର ପୀରତି ବୁନ୍ଦାରେ
କେବେ ଜୀବନଟା ବତୁରି ଯାଏ
ଫୁଲ ଫଗୁଣର କୁସୁମ ବାସରେ
କେବେ ଜୀବନଟା ମହକି ଯାଏ ॥୦॥

କେବେ ଦିଗନ୍ତ ବିସ୍ତାରି ଶ୍ୟାମଳ ଶୋଭାରେ
ମନ ହୁଏ ଆନମନା
କେବେ ଡୁବନ୍ତ ସୂର୍ଯ୍ୟର ଘନ ଲାଲିମାରେ
ହୃଦୟ ହୁଏ ଉନ୍ମନା
ଅଶ୍ରୁ ଉଛୁଳା ଏ ସଜଳ ସଞ୍ଜରେ
କେତେ ଏକଲା ଏ ଜୀବନ ହାଏ ॥୧॥

କେବେ ମୋହରେ ଭ୍ରମିତ ମାନସ ପଟରେ
ବେଦନାର ଭରା ସିନ୍ଧୁ
କେବେ କୋହରେ କାତର ହୃଦୟ ପଟରେ
ଉଇଁଆସେ ସୁଖ ଇନ୍ଦୁ
ମେଘ ମେଦୁରିତ ଆକାଶରେ ଦିଶେ
କେବେ ଏକଲା ସନ୍ଧ୍ୟାତାରାଟିଏ ॥୨॥


Rate this content
Log in