Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Santosh Pattnayak

Others

3  

Santosh Pattnayak

Others

ନବରାତ୍ରର ନଅଟି ସ୍ବରୂପ

ନବରାତ୍ରର ନଅଟି ସ୍ବରୂପ

1 min
6.9K


ଶରତେ ଶାରଦ ଅତି ଆମୋଦିତ

ସ୍ଵର୍ଗସମ ମର୍ତ୍ତ୍ୟପୁରୀ,

କାଶତଣ୍ଡୀ କରେ ସ୍ବାଗତ ଗୁଞ୍ଜନ

ମାତା ଆବାହନୀ କରି....।


ନଅଟି ଦିବସେ ନଅଟି ସ୍ଵରୂପେ

ଉଭା ହେବେ ଜଗ ଧାତ୍ରୀ

ପର୍ବତ ରାଜନ୍ ହିମାଳୟ କନ୍ୟା

ତେଣୁ ନାମ ଶୈଳପୁତ୍ରୀ.... ।


ଦିତୀୟ ଦିବସେ ବିଜେ ଏ ମରତେ

ନାମ ତ ବ୍ରାହ୍ମଚାରିଣୀ,

କମଣ୍ଡଳୁ ସାଥେ ରୁଦ୍ରାକ୍ଷର ମାଳା

ଦର୍ଶନେ ତପଚାରିଣୀ.... ।


ନାଶି ଅହଂକାର ଦୁର୍ଗୁଣ ବିକାର

ଖୋଲିବେ ଜ୍ଞାନର ମୁଣି,

ଫେଡିବେ ଯାତନା ହରିବେ ବେଦନା

ସେଇ ମା' ବିଶ୍ବକଲ୍ୟାଣୀ....


ତୃତୀୟ ସ୍ଵରୂପେ ଚନ୍ଦ୍ର ଘଣ୍ଟା ରୂପେ

ଉଭା ଜଗତ ଜନନୀ

ଲଲାଟ ପଟଳେ ଅର୍ଦ୍ଧ ଚନ୍ଦ୍ର ଖେଳେ

ଉଗ୍ରରୂପି ନାରାୟଣୀ.... ।


ଦଶ ହସ୍ତେ ଦଶ ଅସ୍ତ୍ରଶସ୍ତ୍ର ଧରି

ସଂହାରିବେ ମାତା ପାପି

ହୃଦତଳେ ଭକ୍ତି ରଖି ସାଧୁ ମତି

ତପି ଯିବେ ପାଇ ମୁକ୍ତି.... ।


କୁଷ୍ମାଣ୍ଡା ସ୍ଵରୂପେ ଚତୁର୍ଥ ଦିବସେ

ମଣ୍ଡପରେ ମାତା ବିଜେ

ଅମୃତ କଳସ, ଜପାମାଳା,ଗଦା

କମଳ ଓ ଧନୁ ସାଥେ.... ।


କାର୍ତ୍ତିକେୟ ମାତା ନାମ ସ୍କନ୍ଦମାତା

ପଞ୍ଚମ ଦିନ ସ୍ବରୂପା

କୋଳେ ପୁତ୍ର ଧରି ଜଗତ ଆବୋରି

ହୋଇଥାନ୍ତି ଆବିର୍ଭୂତା ।


ଶିବ-ପାର୍ବତୀଙ୍କ ବିବାହର ପରେ

ସ୍କନ୍ଦପୁତ୍ର ହେଲା ଜାତ

ସେଇଦିନୁ ଦେବୀ ସ୍କନ୍ଦମାତା ନାମେ

ଜଗତେ ହୋଇଲେ ଖ୍ୟାତ.... ।


କାତ୍ୟାୟନ ଋଷି ଭକତିରେ ଫସି

ମହାମାୟୀ ଭଗବତୀ

ଷଷ୍ଠ ସ୍ବରୂପରେ କାର୍ତ୍ତ୍ୟାୟିନୀ ନାମେ

ଉଭା ସେଇ ଶକ୍ତିଦାତ୍ରି.... ।


ଆମେ ଯେତେ ମୁଢମତି

ଅର୍ଥ, କର୍ମ, ମୋକ୍ଷ ଲଭିବାଟି ଭଲେ

ସାହା ସେଇ ଭଗବତୀ.... ।


ସପ୍ତମ ସ୍ବରୂପ କାଳରାତ୍ରି ବେଶ

କାଳରୂପୀ ଅବତାର

ଚତୁଃର୍ଭୁଜା ମାତା ଭ୍ରମଣ କରନ୍ତି

ଗଧରେ ହୋଇ ସବାର.... ।


ଦୁଷ୍ଟଜନଙ୍କର ମୃତ୍ୟୁର କାରଣ

ଶିଷ୍ଟଙ୍କର ଶୁଭଙ୍କରୀ

ଭକତ ଜନଙ୍କୁ ରକ୍ଷା କରୁଥାନ୍ତି

ଛତ୍ରଛାୟାଟିକୁ ଧରି .... ।


ଅଷ୍ଟମ ସ୍ବରୂପେ ମହାଗୌରୀ ନାମେ

ବୃଷଋଢା ମହାମାୟୀ

ଅଭୟ ମୁଦ୍ରାରେ ଡାହାଣ ହସ୍ତରେ

କୃପାବାରି ଢାଳୁଥାଇ.... ।


ନବମ ସ୍ଵରୂପ ସିଦ୍ଧିଦାତ୍ରି ବେଶ

ଲିଆ ଭୋଗ ଶ୍ରଦ୍ଧା ତାର

ହସ୍ତେ ଧରି ଶଙ୍ଖ, ଚକ୍ର, ଗଦା,ପଦ୍ମ

ଆପାର ମହିମା ତାର.... ।


ନବଦିନାତ୍ମକ ପୂଜା ଯେ ସଂପୂର୍ଣ୍ଣ

ଶେଷ ଏଇ ଅବତାର

ଶାନ୍ତି ପ୍ରଦାୟିନୀ ଶକ୍ତି ସ୍ବରୁପିଣୀ

ଚରଣେ ତୋର ଜୁହାର.... ।


Rate this content
Log in