Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

3  

Sadananda Sahoo

Others

ସମର୍ପଣ

ସମର୍ପଣ

1 min
165



ପ୍ରଥା ପରମ୍ପରା ବିଧିର ସାହାରା 

   ରୀତିନୀତି ପ୍ରିତୀ ଛବି , 

ଦୁଇଟି ଆତ୍ମାର  ଅପୂର୍ବ ମିଳନ 

   ହସେ ଅଂଶୁମାନ ରବି ! ! 


ବିବାହ ବନ୍ଧନ ହୃଦୟ ଚନ୍ଦନ 

   ମିଳନର  ମହାପର୍ବ , 

 ଆତ୍ମାରସଂଯୋଗ ପ୍ରାପ୍ୟହୁଏ ଭୋଗ 

   ନିଆରା ସମ୍ପର୍କ ଭାବ ! ! 


ଅଜଣା ଅଚିହ୍ନା ଦୁଇଟି ଠିକଣା 

  ହୋଇଯାଏ ଯେବେଯୋଡି , 

ବିବାହ ବେଦୀରେ ପ୍ରିତୀଫୁଲ ଫୁଟେ 

   ଖୋଲେତ ପ୍ରେମର ପେଡ଼ି ! ! 


ସର୍ବ ସମର୍ପଣେ ନବବଧୂ ଭାସେ 

   ସ୍ନେଁହ ଶ୍ରଦ୍ଧା ଭକ୍ତି ଦାନେ , 

ପ୍ରେମରେ ସରାଗ ମହଲେ ବିଶ୍ଵାସ 

   ଆଚରଇ ମନେ ମନେ ! ! 


ଆଞ୍ଜୁଳି ପ୍ରସ୍ଵସ୍ତି  ସମର୍ପଣେ ପ୍ରିତୀ 

    ପତିଧର୍ମେ  ଅନୁରାଗୀ , 

କୁଳର ଗରିମା  ପ୍ରୀତିର ଚନ୍ଦ୍ରମା 

   ସୁଖ ଦୁଃଖେ ହୁଏ ଭାଗି ! ! 


ସାତ ଜନମର ଏ'ବନ୍ଧନଡୋର 

   ଅତୁଟ ରୁହଇ ସଦା ,

କେତେଝଡଆସେ କେତେଝଡଯାଏ 

  ହସିହସି କରେ ସାମ୍ନା ! ! 


ନିରିମାଖୀ ଫୁଲ ହୁଏ ସଦାଗେଲ 

   ପ୍ରୀତି ସୁହାଗିନି ରାଣୀ , 

ଦେହ ଯୌବନ ସମର୍ପଣେ ମନ 

  ସ୍ଵାମୀରସେ' ଅର୍ଦ୍ଧାଙ୍ଗିନୀ ! ! 


ଆଞ୍ଜୁଳି ଚାଉଳ କରେସେ' ଉତ୍ସର୍ଗ 

   କୋମଳ ହସ୍ତ ପରଶେ , 

ଆଶାଆକାଂକ୍ଷାରେ ମନେବସା ବାନ୍ଧେ 

    ପ୍ରେମର ମଧୁର ସ୍ପର୍ଶେ ! !



Rate this content
Log in