Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ansuman Swain

3  

Ansuman Swain

ତୁମ ବାହୁଡାକୁ ନିଅ ମତେ ଭିଡି

ତୁମ ବାହୁଡାକୁ ନିଅ ମତେ ଭିଡି

1 min
6.5K


ତୁମ ବାହୁଡାକୁ ନିଅ ମତେ ଭିଡି

ଆହେ ମୋ ଜଗତ ନାଥ

ତୁମ ହସ ମୁଖ ଦେଖି ଏ ଅଧମ

ଗାଇବ ମଧୁର ଗୀତ ।

ସେ ଗୀତ ସ୍ୱରରେ ତୁମେ ଝୁଲୁଥିବ

କୋଟି,କୋଟି ଭକ୍ତ ମେଳେ

ଚାହିଁ ରହି ଥିବି ତୁମ ନୟନକୁ

ବାଇଶି ପାବଛ ତଳେ ।

ଏ କଳି ଯୁଗରେ ତୁମେ ଏକା ସତ୍ୟ

ଏତିକି କରୁଣା କର

ଶରଧା ବାଲିରୁ ଆଣିବି ମୁଠାଏ

ତୋଳିବି ଭାବ ମନ୍ଦିର ।

ମନା କର ନାହିଁ ହେ କଳା ଗୋସାଇଁ

ଆତୁରେ ରହିଛି ଚାହିଁ

ଏକ ,ଦୁଇ କରି ଦିନ ମୁଁ ଗଣୁଛି

ତୁମରି ଦର୍ଶନ ପାଇଁ ।

ତୁମରି ଦର୍ଶନ ପାଇଁ ...........

ଅଂଶୁମାନ ସ୍ୱାଇଁ

ଜିଲ୍ଲା-କେନ୍ଦୁଝର ୭୫୬୧୨୧.

୯୭୯୦୮୧୪୬୭୪

ansumanswain93@gmail.com


Rate this content
Log in