Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ନୀଳାଦ୍ରୀ ବିଜେ

ନୀଳାଦ୍ରୀ ବିଜେ

1 min
6.0K


ନୀଳାଦ୍ରି ମଣ୍ଡନ ନୀଳାଦ୍ରି ବିଜୟ

ପାଇଁ ହେଲେ ଅତି ତରବର

ଖାଣ୍ଟି ଓଡିଆଣୀ ଲକ୍ଷ୍ମୀ ଠାକୁରାଣୀ

ରାଗରେ ହୋଇଲେ ଜରଜର ।

ହେରା ପଞ୍ଚମୀରେ ରଥ କାଠ ଭାଂଗି

ହେରାଗୋହିରିରେ ପଳାୟନ

ତଥାପି ମନର ସାଧ ନ ମେଣ୍ଟିଲା

ଦେଖାଇବେ କେତେ ତାନମାନ ।

ସିଂହଦ୍ୱାର କିଳି କଲେ ଘୋର କଳି

ଭିତରକୁ ଜମା ଛାଡିଲେନି

କାଳିଆ ଠାକୁର ହେଲେ ହରବର

ଆରମ୍ଭ କରିଲେ ଚାଟୁବାଣୀ ।

ରସଗୋଲା ଖାଇ ତୋଷ ମହାମାୟୀ

କ୍ଷଣିକରେ ରୋଷ ହେଲା ଶେଷ

ନଜାଣିଲା ପରି ପଶାଖେଳେ ହାରି

ପ୍ରିୟାଙ୍କୁ କରିଲେ ହେଳେ ତୋଷ ।

ଯାତ ନବଦିନ ପତିତପାବନ

ଆଡ଼ପ ମଣ୍ଡପ କରି ଧନ୍ୟ

ଆର ବରଷକୁ ଗୁଣ୍ଡିଚା ଯାତକୁ

ରଥ ଟାଣି ଅରଜିବା ପୁଣ୍ୟ ।

ବିଶ୍ଵେଶ୍ୱର ମାଝୀ


Rate this content
Log in