Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Golak Bihari Sahoo

Inspirational

3  

Golak Bihari Sahoo

Inspirational

ଦୀର୍ଘାୟୁ ଭବ

ଦୀର୍ଘାୟୁ ଭବ

1 min
13.5K


ସୁସ୍ଥ ଶରୀର ଲୋଡଇ ନିରୋଗ ଜୀବନ, 

ତାହାପାଇଁ ସୁସ୍ଥ ମନ ଅତି ପ୍ରୟୋଜନ(୧)

ଅଳ୍ପହାର ନିରାମୟ ଜୀବନ ଯାପନ,

ଯୋଗଭ୍ୟାସେ ଥିବ ସଦା ସୁନିଦ୍ରାଶୟନ (୨)  

ଆତ୍ମସନ୍ତୋଷ ରେ ଥିବ ଧ୍ୟାୟୀ ଜନାର୍ଦ୍ଦନ, 

ସଦାଚାରେ ସଦଗୁଣେ ରଖିଥିବ ମନ (୩)

ପରୋପକାରେ ଅର୍ପିତ କରିବ ଜୀବନ, 

କ୍ରୋଧ ଈର୍ଷା ଘୃଣା ଭାବ କରିବ ବର୍ଜନ (୪)

ନିର୍ମଳ ପରିବେଶରେ ଜୀବନ ଯାପନ, 

ସର୍ବେ ଭବନ୍ତୁ ସୁଖୀନ କରେ ଯେ ମନନ (୫)

ସୂର୍ଯ୍ୟୋଦୟ ପୂର୍ବେ ଶଯ୍ୟା ତ୍ୟାଗେ ଯେଉଁ ଜନ,

ନିୟମିତ କରୁଥାଏ ପ୍ରାତଃ କାଳରେ ଭ୍ରମଣ (୬) 

ସୁଷମ ସତେଜ ନିରାମିଷର ଭୋଜନ, 

ଖାଇବାର ଦେଢ ଘଣ୍ଟା ପରେ ଜଳପାନ (୭)

ସତ୍ ସାହିତ୍ୟ ପଠନ ଓ ସଂଗୀତ ଶ୍ରବଣ, 

ସ୍ଵଳ୍ପଭାଷୀ କହୁଥିବ ମଧୁର ବଚନ (୮)

ଯେଉଁ ବ୍ୟକ୍ତି ଏ ନିୟମେ ଜୀବନ ଯାପନ, 

ଈଶ୍ଵର କୃପା କରନ୍ତି ଦୀର୍ଘାୟୁ ଜୀବନ (୯)

*****

©ଗୋଲକ ବିହାରୀ ସାହୁ 


Rate this content
Log in

Similar oriya poem from Inspirational